ମାଛ ଜାଲରେ ଫସିଲା କୁମ୍ଭୀର; କୁମ୍ଭୀରକୁ ଉଦ୍ଧାର କଲେ ଗ୍ରାମବାସୀ

ମୟୁରଭଞ୍ଜ- ମାଛ ଜାଲରେ ଫସିଲା କୁମ୍ଭୀର । କୁମ୍ଭୀରକୁ ଉଦ୍ଧାର କରିଲେ ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଖୁଣ୍ଟା ବ୍ଲକ ଡବକ ନୂଆଗାଁରେ । ନୂଆଗାଁ ବିଦ୍ୟାଳୟ ନିକଟରେ ଥିବା ପୋଖରୀ ବନ୍ଧରେ ମାଛ ଧରିବା ପାଇଁ ସ୍ଥାନୀୟ ଲୋକେ ଜାଲ ପକାଇଥିଲେ । ଜାଲ ଉଠାଇବାକୁ ଯାଇଥିବା ବେଳେ ଜାଲରେ ଏକ ବିଶାଳ କୁମ୍ଭୀର ଲାଗିଥିବା ଦେଖିବାକୁ ମିଳିଥିଲା । ଜାଲରେ ଫଶି ରହିଥିବା କୁମ୍ଭୀରକୁ ଜାଲ ସହିତ ପାଣିରୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ ।

ପାଣିରୁ ବାହାରକୁ ଆଣି ଜାଲ କାଟି କୁମ୍ଭୀରକୁ ଉଦ୍ଧାର କରି ବନବିଭାଗକୁ ଖବର ଦେଇଥିଲେ । ହେଲେ ବନ ବିଭାଗ ବିଳମ୍ବରେ ଘଟଣାସ୍ଥଳରେ ପହଞ୍ଚିବାରୁ ଗ୍ରାମବାସୀମାନେ କୁମ୍ଭୀରକୁ ଭାରାରେ ବୋହି ନେଇ ବିଟ୍ ହାଉସ୍ ନିକଟରେ ପହଞ୍ଚିଥିଲେ । ମାଛ ଜାଲରେ କୁମ୍ଭୀର ଲାଗିବା ପରେ ଗାଁ ଆତଙ୍କ ଖେଳିଯାଇଛି । ସେପଟେ ଏହି ପୋଖରୀ ବନ୍ଧରେ ଏକ କୁମ୍ଭୀର ରହିଥିବା ପୂର୍ବରୁ ଗ୍ରାମବାସୀମାନେ ବନବିଭାଗକୁ କହିଥିଲେ ସୁଦ୍ଧା ବନବିଭାଗ ଏହା ଶୁଣି ନ ଥିବା କହିଛନ୍ତି ଗ୍ରାମବାସୀ ।
ମୟୁରଭଞ୍ଜ ରୁ ତପନ କୁମାର ଦଣ୍ଡପାଟ

Share this…
Share on Facebook

Facebook