ମଶାଣି ଜମିରେ ଘର ଭଙ୍ଗା ଘଟଣାରେ ୧୦ ଗିରଫ ।

ସିମୁଳିଆ ; ମଶାଣି ଜମିରେ ଘର ଭଙ୍ଗା ଘଟଣାରେ ୧୦ ଜଣଙ୍କୁ ଗିରଫ କଲା ସିମୁଳିଆ ପୋଲିସ୍ । ସୁଚନା ଅନୁସାରେ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଖେରକୁଣା, ରସିଦିପୁର, ଗୋବିନ୍ଦପୁର ନରଣପୁର,ଗେଣେଶରପୁର ଗାଁର ଲୋକେ ସେହି ଅଞ୍ଚଳରେ ଥିବା ଏକ ମଶାଣିରେ ପୁରୁଷ ପୁରୁଷରୁ ଶବ ଦାହ କରୁଥିଲେ । ମାତ୍ର ସେହି ଅଞ୍ଚଳର କିଛି ଲୋକ ମଶାଣିରେ ଘର କରିବା ସହ ସ୍ଥାନୀୟ ଲୋକଙ୍କୁ ସେହି ଜମିରେ ଶବ ସତ୍କାର କରିବାକୁ ମନା କରିବାରୁ ବିବାଦ ଦେଖା ଦେଇଥିଲା । ଫଳରେ ୫ ଖଣ୍ଡା ଗାଁର ଲୋକେ ମିଶି ଅମିନ ସାହାର୍ଯ୍ୟରେ ଜମି ମାପ କରିଥିଲେ ।
ପରେ ଅନ୍ୟ ଦଖଲ କରି ମାନେ ସେହି ମଶାଣି ଜମିରୁ ଦଖଲ ଛାଡି ଦେଇଥିବା ବେଳେ ଦେବେନ୍ଦ୍ର ମଲିକ ଛାଡି ନଥିଲେ ଫଳରେ ୫ ଖଣ୍ଡ ଗାଁ ର ଲୋକେ ମଶାଣି ଜମି ରେ ଥିବା ଦେବେନ୍ଦ୍ରର ଘର ଭାଙ୍ଗି ଦେଇଥିଲେ । ଏନେଇ ଦେବେନ୍ଦ୍ର ସିମୁଳିଆ ଥାନାରେ ଅଭିଯୋଗ କରିବା ପରେ ସିମୁଳିଆ ପୋଲିସ୍ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । MPX TV ODIA .

Share this…
Share on Facebook

Facebook