ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ କେରୁଆଁପାଳ ପଂଚାୟତରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି l ଏହି ପଂଚାୟତ ଅନନ୍ତକେଶରୀ ଗାଁର ସଞ୍ଜୟ ଗିରି ଟ୍ୟୁବୱେଲ ପାଖରୁ ନାବାଳିକାକୁ ଟାଣି ନେଇ ନାବାଳିକା ଘରେ ଜବରଦସ୍ତ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିଲା l ପରେ କଷ୍ଟ ହେବାରୁ ନାବାଳିକା ଚିତ୍କାର କରି ବାହାରକୁ ଦୌଡ଼ି ପଳାଇ ଆସିଥିଲା l ଖବର ପାଇ ନାବାଳିକାର ବାପା ମା ପଶ୍ଚିମବଙ୍ଗରୁ ଫେରି ନାବାଳିକା ଛାତ୍ରୀ ଜଣଙ୍କୁ ପଚାରି ବୁଝିବା ପରେ ନାବାଳିକାର ମାଆ ତାଳଚୁଆ ସାମୁଦ୍ରିକ ଥାନା ରେ ଗତ ମାସ 28 ତାରିଖ ରେ ଅଭିଯୋଗ କରିଥିଲେ l ମାତ୍ର ଅଭିଯୋଗର 6 ଦିନ ବିତି ଯାଇଥିଲେ ମଧ୍ୟ ମାମଲା ରୁଜୁ କରି ପୋଲିସ ଚୁପ ଚାପ ବସି ରହିଛି l ସେପଟ ରେ ଅଭିଯୁକ୍ତ ଗାଁ ରେ ବୁଲି ପୀଡିତା କୁ ଧମକ ଚମକ ଦେଉଥିବା ଅଭିଯୋଗ ହେଉଛି l ଥାନାରୁ ନ୍ୟାୟ ନ ମିଳିବାରୁ ବାଧ୍ୟ ହୋଇ ପଟ୍ଟାମୁଣ୍ଡାଇ ଏସ ଡି ପି ଓ ଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡିତା l ଆସାମୀ କୁ ତୁରନ୍ତ ଗିରଫ କରିବା ସହ ନ୍ୟାୟ ପ୍ରଦାନ ପାଇଁ ପରିବାର ପକ୍ଷ ରୁ ଦାବି ରହିଛି l

Share this…
Share on Facebook

Facebook