ପବିତ୍ର ଇଦ୍-ଉଲ୍-ଫିତର ର ପାଳିତ

ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ ପବିତ୍ର ଇଦ୍-ଉଲ୍-ଫିତର ପାଳିତ ହେଉଅଛି । ଗତ କରୋନା ରେ ୨ ବର୍ଷ ଧରି ଇଦ୍ ସମୟରେ ସମୁହ ନମାଜ ପାଠ ବନ୍ଦ ରହିଥିବା ବେଳେ କେବଳ ବିଧି ରକ୍ଷା ନିମନ୍ତେ ପ୍ରତ୍ୟକ ସାହି ମୁରବିଙ୍କୁ ନେଇ ନମାଜ ପାଠ କରାଯାଇଥିଲା । ଚଳିତ ବର୍ଷ ଇଦ୍ଘା ପଡିଆରେ ମୁସଲମାନ ଭାଇମାନଙ୍କୁ ନେଇ ସମୁହ ନମାଜ ପାଠ ଅନୁଷ୍ଠିତ ହୋଇଯାଇଛି । ସମୁହ ନମାଜ ପାଠ ପରେ ହିନ୍ଦୁ ମୁସଲମାନ ଭାଇମାନେ ପରସ୍ପର ସହିତ କାନ୍ଧ ମିଳାଇ ଅଭିନନ୍ଦନ ଜଣାଇ ସୋରର ଭାଇଚାରା ସଂସ୍କୃତି ଓ ବିକାଶ ପାଇଁ କାର୍ଯ୍ୟ କରିବାକୁ ବାର୍ତ୍ତା ଦେଇଥିଲେ । ଘରେ ଘରେ ପବିତ୍ର କୋରାନ ପାଠ କରିବା ସହ ପରସ୍ପରକୁ ମିଷ୍ଟାନ ବଣ୍ଟନ କରିଛନ୍ତି ।ରିପୋର୍ଟ- ।ସରତ ନାୟକ ସୋର

Share this…
Share on Facebook

Facebook