ୱ୍ବାର୍ଡ ସଭ୍ୟଙ୍କୁ ହତ୍ୟା ।

କୋରାପୁଟ-ୱ୍ବାର୍ଡ ସଭ୍ୟଙ୍କୁ ହତ୍ୟା । ଗୁଣି କରୁଥୁବା ସନ୍ଦେହରେ ଶତୃତାକୁ ନେଇ ହତ୍ୟା ଅଭିଯୋଗ । କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ସୁଙ୍କି ଫାଣ୍ଡି ଅଧିନସ୍ଥ ଆମ୍ପ।ବାଲି ପଞ୍ଚାୟତର ୩ ନଂଗ୍ରାମର ୱାର୍ଡ ସଭ୍ୟ ଆଡାରି ନାରସାୟା ଓରଫ ଲାଛାୟାକୁ ହତ୍ୟା । ମୃତ ଦେହ ପାଲବାଲସା ଗ୍ରାମ ନିକଟ ପାହାଡ କଡରୁ ଉଦ୍ଧାର । ୫ ଜଣକୁ ଅଟକ ରଖି ପଟାଙ୍ଗି ଥାନା ପୋଲିସ ଜେରା କରୁଛି ବୋଲି ସୁନାବେଡା ଏସଡିପିଓ ମନୋଜ କୁମାର ବେହେରା ସୂଚନା ଦେଇଛନ୍ତି ।ଘଟଣା ସ୍ଥଳରେ ସୁଙ୍କି ଏବଂ ପଟାଙ୍ଗୀ ପୋଲିସ ସହ ସାଇଣ୍ଟିଫିକ ଟିମ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଛେଦ କରିବାକୁ ପଠାଇଛି।ଗତ ୨ଦିନ ଧରି ନିଖୋଜ ଥିଲା ମୃତକ ।
ପାହାଡ କଡରୁ ମୃତଦେହ ମିଳିବାପରେ
ହତ୍ୟା କରାଯାଇଥିବା ନେଇ ମୃତକର ପରିବାର ପକ୍ଷରୁ ଥାନାରେ ଏତଲା ଦେବା ପରେ ।୫ ଜଣକୁ ଅଟକ ରଖି ଜେରା କରୁଛି ପଟାଙ୍ଗି ପୋଲିସ । ଖୁବ ଶୀଘ୍ର ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି କହିଛନ୍ତି ସୁନାବେଡା ଏସଡିପିଓ-ମନୋଜ କୁମାର ବେହେରା ।

Share this…
Share on Facebook

Facebook