ବୃଦ୍ଧାଙ୍କ ଜୀବନ ବଂଚାଇ ଚର୍ଚ୍ଚାରେ ଯବାନ

ମାଲକାନଗିରି; ଯବାନ ବୃଦ୍ଧାଙ୍କ ଜୀବନ ବଂଚାଇବା ଘଟଣା ସାରା ମାଲକାନଗିରିରେ ଚର୍ଚ୍ଚା । ଯବନଙ୍କ ଏପରି କାର୍ଯ୍ୟକୁ ନେଇ ଜିଲ୍ଲାର ବୁଦ୍ଧିଜୀବୀ ଲୋକ ପ୍ରଂଶସା କରିଛନ୍ତି । ରିପୋର୍ଟ ଅନୁଯାୟୀ ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ କମାରପାଲୀ ଅଂଚଳରେ ଏକ ଜନ ସଂପର୍କ ଶିବିର ଅନୁଷ୍ଠିତ ହେବାର ଥିଲା। ଏନେଇ ଗାଁ ଗାଁରେ ପ୍ରଚାର କରାଯାଉଥିଲା।ତେବେ ଯବାନ ଗାଁରେ ପହଞ୍ଚି ଲୋକଙ୍କୁ ଏନେଇ ସଚେତନ କରାଉଥିବା ବେଳେ କମାରପାଲୀ ଗ୍ରାମର ଆପୁ ପଡିଆମି ନାମକ ବୃଦ୍ଧ ରୋଗାଗ୍ରସ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିଲେ।ଏହା ଦେଖି ଡିଭିଏଫ ଯବାନମାନେ ତୁରନ୍ତ ବୃଦ୍ଧଙ୍କୁ ସହଯୋଗ କରିବା ପାଇଁ ବାହାରି ପଡିଥିଲେ।

ତେବେ ଯବାନଙ୍କ ପାଖରେ ଗାଡି ନଥିଲା।ପ୍ରାୟ ଦୁଇ କିଲୋମିଟର ଦୁରରେ ସେମାନଙ୍କର ଗାଡି ଅଟକି ରହିଥିଲା।ତେଣୁ ବୃଦ୍ଧଙ୍କୁ ଏକ ଖଟିଆରେ ବୋହି କରି ନେଇ ଗାଡି ପର୍ୟ୍ୟନ୍ତ ପହଞ୍ଚାଇଥିଲେ।ସେଠାରୁ ବୃଦ୍ଧଙ୍କୁ ମାଥିଲି ମେଡିକାଲକୁ ନେଇ ଚିକିତ୍ସାରେ ସହଯୋଗ କରାଇଥିଲେ। ମାଲକାନଗିରିରୁ ଶିବ ପ୍ରସାଦ ଦାସଙ୍କ ରିପୋର୍ଟ MPX ନ୍ୟୁଜ୍ ।

Share this…
Share on Facebook

Facebook