ମଧ୍ୟାନ୍ନ ଭୋଜନ ଟଙ୍କା ଚଳୁ କଲେ ଶିକ୍ଷକ ; ଅଭିଯୋଗ ଆଣିଲେ ଅଭିଭାବକ ।

ମୟୁରଭଞ୍ଜ–ରାଜ୍ୟ ସରକାର ପିଲାଙ୍କ ପାଠ ପଢା ଠାରୁ ଆରମ୍ଭ କରି ମୋଧ୍ୟାନ ଭୋଜନ ଯୋଗାଇ ଦେଉଛନ୍ତି ।ଖାଲି ମଧ୍ୟାନ ଭୋଜନ ନୁହେଁ ସମସ୍ତ ପିଲା ମାନଙ୍କ ପାଇଁ ମାଗଣାରେ ପୁସ୍ତକ ମଧ୍ୟ ଯୋଗାଇ ଦିଆଯାଇଛି । କାରଣ ଆଜିର ଶିଶୁ କାଲିର ନାଗରିକ ।ଏମାନଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ବିଭିନ୍ନ ସୁବିଧା ରାଜ୍ୟ ସରକାର ପକ୍ଷରୁ ପ୍ରଣୟନ କରାଯାଇଛି । ହେଲେ ସ୍କୁଲ ର ଉନ୍ନତି କରଣ ପାଇଁ ଆସୁଥିବା ଟଙ୍କା ତଥା ବିଭିନ୍ନ ଜିନିଷ ରେ ମହା ଦୁର୍ନୀତି ହେଉଥିବା ଶିକ୍ଷକ ନାଁ ରେ ଆସିଛି ସାଙ୍ଘାତିକ ଅଭିଯୋଗ । ପିଲାଙ୍କ ମଧ୍ୟାନ ଭୋଜନ ଏବଂ ସ୍କୁଲର ଟଙ୍କା ଆତ୍ମସାତ କରିଥିବାକୁ ନେଇ ଆସିଛି ସାଙ୍ଘାତିକ ଅଭିଯୋଗ ।

ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗ ପୁର ବ୍ଲକ ଅନ୍ତର୍ଗତ ଗୋରୁମୋହିସାଣିର ତୋଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ୨୦୨୦ ମାର୍ଚ୍ଚ ଠାରୁ କରନାମହାମାରୀ ସାରା ଦେଶରେ କାୟା ବିସ୍ତାର କରିଥିବା ବେଳେ ଲୋକ ଡାଉନ ସଟଡାଉନ ଯୋଗୁଁ ସ୍କୁଲ, କଲେଜ ବନ୍ଦ ରହିଥିଲା ଯାହା ଫଳରେ ପିଲାଙ୍କୁ ଅନଲାଇନ ମାଧ୍ୟମରେ ଶିକ୍ଷା ର ବ୍ୟବସ୍ଥା କରିଥିଲେ ।ଘରେ ରହି ପିଲାମାନେ ପାଠ ପଢିବେ ଓ ମଧ୍ୟାନ ଭୋଜନ ବାବଦରେ ପିଲାଙ୍କ ବ୍ୟାଙ୍କ ଖାତାରେ ଟଙ୍କା ପାଇବେ । ତେବେ ୨୦୨୦ ମାର୍ଚ୍ଚ ଠାରୁ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ପିଲାଙ୍କ ନାଁ ରେ ଆସିଥିବା ମୋଧ୍ୟାନ ଭୋଜନ ଟଙ୍କା ମୋଧ୍ୟାନ ଭୋଜନ ଦାଇତ୍ୱ ରେ ଥିବା ଶିକ୍ଷକ ମନୋଜ ମଣ୍ଡଳ ପିଲା ମାନଙ୍କରଦୁଇବର୍ଷ ର ମୋଧ୍ୟାନ ଭୋଜନ ଟଙ୍କା ଦୁଇ ଲକ୍ଷ ପୋଚିଶ ହଜାର ଆଠସହ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ଆଣିଛନ୍ତି ପିଲାଙ୍କ ଅଭିଭାବକ ।

ଏ ବାବଦରେ ସ୍କୁଲରେ ଦାଇତ୍ୱରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ଭବାନୀ ମୁଣ୍ଢା ଓ ସ୍କୁଲ କମିଟି ର ଚେଆରମେନ ସୋମନାଥଗିରିଜାଣିପାରିଲେନାହିଁ କେମିତି ତାହାକୁ ନେଇ ଉଠିଛି ପ୍ରଶ୍ନ । ଏ ବିଷୟରେ ପିଲାଙ୍କ ଅଭିଭାବକ ମାନେ ବାରମ୍ବାର ପ୍ରଧାନ ଶିକ୍ଷୟୀ ତ୍ରୀ ଏବଂ ସ୍କୁଲ କମିଟିର ଚେୟାରମେନ ସୋମନାଥ ଗିରିକୁ ଯୋଣାଇଥିଲେ ମଧ୍ୟ ସେମାନେ ଜାଣିଶୁଣି କୋଥା ଟିକୁ ଚୋପାଇଦେବା ପାଇଁ ଚେଷ୍ଟା ଚଲାଇଥିଲେ। କିନ୍ତୁ ଏହି କଥା ଟି ଯେତେେଳେ ଜିଲ୍ଲାପାଳଙ୍କ ପାଖକୁ ଗଲା ସେତେବଳକୁ ଜିଲ୍ଲାପାଳ ମହୋଦୟ ରାଇରଙ୍ଗପୁର BOଙ୍କୁ ଏ ବିଷୟରେ ତଡନ୍ତ୍ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳକର ନିର୍ଦେଶ କୁ ମାନି ରାଇରଙ୍ଗପୁର BO ପ୍ରକାଶ ଚନ୍ଦ୍ର ମହାଳିକଙ୍କ ସହିତ ଚାରି ଜଣ ଅଫିସର କର୍ମଚାରିଙ୍କୁ ନେଇ ତଦନ୍ତ ପାଇଁ ତଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ଯାଇଥିଲେ । ଏହି ମୋଧ୍ୟାନ ଭୋଜନ ଟଙ୍କା ଆତ୍ମସାତ କରିଥିବା ରିପୋର୍ଟ ABO କାର୍ତ୍ତିକ ଚନ୍ଦ୍ର କାରୂଆ ଜାଣି ସୁଦ୍ଧା ଚୁପଚାପ ରହିଥିଲେ । ଏ ବାବଦରେ ରାଇରଙ୍ଗପୁର BO ପ୍ରକାଶ ଚନ୍ଦ୍ର ମହାଳିକ ବର୍ତ୍ତମାନ ସୁଧା ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଭୋବାନି ମୁଣ୍ଡା, ଶିକ୍ଷକ ମନୋଜ ମଣ୍ଡଳ ଓ ସ୍କୁଲ କମିଟି ର ଚେୟାରମେନ ସୋମନାଥ ଗିରିଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନ ନେବା ଜନସାଧାରଣରେ ଏକ ପ୍ରଶ୍ନ ଉଠୁଛି।

ତେବେ ସାଧାରଣ ରେ ପ୍ରଶ୍ନ ଉଠେ ଏଥିରେ BO ଙ୍କ ବି ହାତ ଥାଇ ପାରେ ବୋଲି ଚର୍ଚ୍ଚା ହେଉଥିବା ସୂଚନା ମିଳୁଛି। ଦୀର୍ଘ ଦୁଇ ବର୍ଷ ହେଲା ପିଲା ମାନଙ୍କର ମୋଧ୍ୟାନ ଭୋଜନ ଟଙ୍କା ବ୍ୟାକ ଖାତାକୁ ନ ଯିବା BO କିପରି ଜାଣପାରିଲେ ନାହିଁ। ତାହା ମଧ୍ୟ ଜନସାଧାରଣଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି। ପିଲା ମାନଙ୍କର ମୋଧ୍ୟାନ ଭୋଜନ ଟଙ୍କା ଦୀର୍ଘ ଦୁଇ ବର୍ଷ ହେଲା ଆତ୍ମସାତ କରିଥିବା ଶିକ୍ଷକ ମନୋଜ ମଣ୍ଡଳ ମଧ୍ୟ ଶିକାର କରିଥିବା ତଡନ୍ତ୍ କାରୀ ଅଫିସର , ABO କାର୍ତ୍ତିକ ଚନ୍ଦ୍ର କାରୁଆ ଗଣମାଧମ ଆଗରେ ପ୍ରକାଶ କରିଛନ୍ତି। ତେଣୁ ଏହି ତିନି ଜଣ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଭବାନି ମୁଣ୍ଡା ଶିକ୍ଷକ ମନୋଜ ମଣ୍ଡଳ ଏବଂ ସ୍କୁଲ କମିଟି ର ଚେୟାରମେନସୋମନାଥ ଗିରି କର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହିତ ସେମାନକୁ ଚାକିରୀ ରୁ ନିଲମ୍ବିତ କରାଯାଉ ବୋଲି ଅଭିଭାବକ ମାନେ କହିଛନ୍ତି । ଏଭଳି ଦୁର୍ନୀତି ଗ୍ରସ୍ତ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ମୟୂରଭଞ୍ଜ ଜିଲ୍ଲାପାଳ କୁ ଗୁହାରି କରିଛନ୍ତି ଏବଂ ପିଲା ମାନଙ୍କର ମୋଧ୍ୟାନ ଭୋଜନ ଟଙ୍କା ଯଥା ଶୀଘ୍ର ପ୍ରଦାନ କରିବା ପାଇଁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି।

ଆଗାମୀ ଦିନରେ ଆନ୍ଦୋଳନ କରିବା ସହିତ ଅଭିଭାବକ ମାନେ ସ୍କୁଲ ଗେଟ ରେ ତାଲା ପକାଇବେ ବୋଲି ଚେତାବନୀ ଦେଇଛନ୍ତି। ଏବଂ ଏହି ତିନି ଜଣ ଦୁର୍ନୀତି ଗ୍ରସ୍ତ କର ବିରୁଦ୍ଧରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ଅଭିଭାବକ ମାନେ।ରିପୋର୍ଟର– ତପନ କୁମାର ଦଣ୍ଡପାଟ ମୟୁରଭଞ୍ଜ

Share this…
Share on Facebook

Facebook