ବୋଲେର ପିକପ ଓଲଟି ; ଜଣେ ମୃତ,୨୦ଆହତ

କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅନ୍ତର୍ଗତ ସିନ୍ଦେଇ ଘାଟଠାରେ ଭାରସାମ୍ୟ ହରାଇ ଏକ ବୋଲେର ପିକପ ଓଲଟି ପଡିଛି।ଫଳରେ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି।ସେମାନଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।ଏମାନଙ୍କ ମଧ୍ୟରୁ୫ଜଣଙ୍କ ଅବସ୍ଥା ଗୁରୁତର ଅବସ୍ଥାରେ ଥିବାରୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।
ଖବରରୁ ଜଣାପଡିଛି ପଟାଙ୍ଗି ଅଞ୍ଚଳର ଏକ ବୋଲେର ପିକପ ମାଲିପୁଟ ପଞ୍ଚାୟତର ସିନ୍ଦେଇଗ୍ରାମରୁ ଶ୍ରମିକମାନଙ୍କୁ ନେଇଏକ ଅଦା ଚାଷ ହେଉଥିବା ଜମିକୁ ଯାଉଥିବା ବେଳେ ଉକ୍ତ ଘାଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।ଫଳରେ ପିକପ ଡାଲାରେ ବସିଥିବା ଶ୍ରମିକ ମାନେ ଛିଟିକି ପଡିଗଲେ।ଚାଷଜମି ରେ କାମକରୁଥିବା ଲୋକମାନେ ଘଟଣା ସ୍ଥଳରେ ପହଞ୍ଚି ଆହତ ଶ୍ରମିକ ମାନଙ୍କୁ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରକୁପଠେଇଥିଲେ।

ଗୁରୁତର ଥିବା୫ଶ୍ରମିକ କମଳା ମାଝୀ, ସୁରେନ୍ଦ୍ର ମାଝୀ, ଦାନୁ ଚମ୍ପି, ଛବି ସିଡ଼ିଙ୍ଗ।,ଏବଂ ସୁନ୍ଦୁରୁଚମ୍ପି ଙ୍କୁ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ପଠାଯାଇଥିଲା।ସେଠାରେ ଦାନୁ ଚମ୍ପି ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।ଅନ୍ୟ ଆହତ ଙ୍କ ମଧ୍ୟରୁ କମଳା ଏବଂ ସୁନ୍ଦୁରୁ ଚମ୍ପି ଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।ଖବର ପାଇ ସ୍ଥାନୀୟ ପୋଲିସ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି।Reporter-Megha Guntha
Place-pottangi

Share this…
Share on Facebook

Facebook