ଦୁଆରସୁଣି ଘାଟିରେ ବସ ଦୁର୍ଘଟଣା; ଜଣେ ମୃତ, ୪ ଗୁରୁତର

ମୟୂରଭଞ୍ଜ ଜିଲ୍ଲାର ବାଙ୍ଗରିପୋଷିର ଦୁଆରସୁଣି ଘାଟିରେ ଦୁର୍ଘଟଣାର ଶେଷ ଜଣାପଡୁନାହିଁ। ପୁଣି ରକ୍ତମୁଖା ସାଜିଛି ଦ୍ୱାରସୁଣି ଘାଟି। ଗତ କାଲି ରାତି ପ୍ରାୟ ୨ଟା ସମୟରେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରେଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଘଟଣା ସ୍ଥଳରେ ଜଣେ ମୃତ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଥିଲେ।

ସୂଚନାଯୋଗ୍ୟ, ଇଦ ପାଇଁ ମିସ୍ତ୍ରୀ ମାନଙ୍କୁ ମୁର୍ସିଦାବାଦ ରୁ ଫେରୁଥିବା ଏକ ଯାତ୍ରୀବାହୀ ବସ ଦ୍ୱାରଶୁଣୀ ଘାଟିରେ ଆଇରନ ଟ୍ରକ ପଛରେ ପିଟିଥିଲା ।ଘଟଣା ସ୍ଥଳରେ ଜଣକର ପ୍ରଣବାୟୁ ଉଡିଯାଇଥିବା ବେଳେ ୪ ଜଣ ଆହତ ମାନଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିଆଯାଇଛି। ଘଟଣା ସ୍ଥଳରେ ବାଙ୍ଗିରିପୋଷି ପୋଲିସ ଓ ଆଗ୍ନିସମ ବିଭାଗର କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରିରଖିଥିବା ଜଣାପଡିଛି।ମୟୂରଭଞ୍ଜ ରୁ ତପନ କୁମାର ଦଣ୍ଡପାଟ

Share this…
Share on Facebook

Facebook