ଇଫ୍‌ତାର ପାର୍ଟିରେ ଯୋଗଦେଲେ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ।

 

ପିପିଲି.ଇଫ୍‌ତାର ପାର୍ଟିରେ ଯୋଗଦେଲେ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ।
ପବିତ୍ର ରମଜାନ ମାସ ଚାଲିଥିବା ବେଳେ ମୁସ୍‌ଲିମ ଭାଇ ମାନଙ୍କ ସହ ଏକାଠି ବସି ଏବଂ ଏକାଠି ଖାଇ ସମସ୍ତଙ୍କ ପାଇଁ ଭାଇଚାର ର ଏକ ଉଦାହରଣ ସୃଷ୍ଟି କରିଛନ୍ତି ବିଧାୟକ ରୁଦ୍ର ମହାରଥୀ । ଶୁକ୍ରବାର ଦିନ ସଂନ୍ଧ୍ୟା ରେ ପିପିଲି ଏନଏସି ନରସିଂହପୁର ସାହିମସଜିଦ୍ ରେ ଇଫତାର ପାର୍ଟି ର ଆୟୋଜନ କରାଯାଇଥିବା ବେଳେ ଏଥିରେ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଯୋଗଦେଇ ଏକାଠି ଖାଇବାର ଆନନ୍ଦ ନିଜେ ଖୁସି ବ୍ୟକ୍ତ କରିବା ସହ ସମସ୍ତଙ୍କ ପାଇଁ ଶୁଭ ମନାସିଛନ୍ତି । ଭାଇଚାର ର ସହର ପିପିଲି ର ଏଭଳି କାର୍ଯ୍ୟରେ ଯୋଗଦେଇ ଥିବାରୁ ବିଧାୟକ ଅନୁଷ୍ଠାନର କର୍ମକର୍ତା ମାନଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ଏଭଳି ଭାଇଚାରା ମାଧ୍ୟମରେ ପିପିଲି ର ବିକାଶ ହେଉ ବୋଲି ସେ କହିଛନ୍ତି । ତେବେ ଏହି କାର୍ଯ୍ୟକ୍ରମ ରେ ବିଧାୟକଙ୍କ ସହ ପିପିଲି ଏନଏସି ଅଧ୍ୟକ୍ଷ ସେକ ବାବୁ, ରାଜ୍ୟ ବିଜେଡି ସଂପାଦକ ପ୍ରିୟବ୍ରତ ସାମନ୍ତରାୟ., ବରିଷ୍ଠ ସମାଜସେବୀ ଅମିନ ଉଦ୍ଦିନ ଖାଁ ସହ ବହୁ ମାନ୍ୟଗଣ ମାନେ ଉପସ୍ଥିତ ଥିଲେ ।

Share this…
Share on Facebook

Facebook