ଖୁଚୁରା ଟଙ୍କାରେ କିଣିଲେ ସ୍କୁଟି; ଗାଡ଼ି ଚାବି ଧରିବା ପରେ ଭାବବିହ୍ୱଳ ହୋଇଗଲେ ଯୁବକ

ମୟୁରଭଞ୍ଜ–ନିଜ ସ୍ୱପ୍ନକୁ ପୂରା କରିବା ଲାଗି ସମସ୍ତଙ୍କ ମନରେ ଇଚ୍ଛାଥାଏ । ସେହିଭଳି କିଛି ସ୍ୱପ୍ନ ଦେଖିଥିଲେ ଯୁବକ । ୬୨ ହଜାର ଟଙ୍କା କିଆ କୋଏନ ଦେଇ କିଣିଲେ ସ୍କୁଟି। ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଗ୍ରାମର ବାସିନ୍ଦା ଆକାଶ ମହାପାତ୍ରଙ୍କ ସ୍ୱପ୍ନ ଥିଲା ଦୁଇ ଚକିଆ ଗାଡ଼ି କିଣିବା । ଯେଉଁଥିପାଇଁ ସେ ନିଜ ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୧୮ ବର୍ଷ କାଳ ଏକ ଟଙ୍କା ଦୁଇ ଟଙ୍କା କଏନ ସଞ୍ଚୟ କରି ରଖୁଥିଲେ। ଦୀର୍ଘ ଦିନର ସ୍ୱପ୍ନ ପୂରଣ କରିବା ପାଇଁ ଦୁଇ ଚକିଆ ଗାଡ଼ି କିଣିବା ସାକାର ହୋଇଛି। ଗରିବ ପରିବାରରୁ ଜନ୍ମ ହୋଇଥିବାରୁ ଗାଡି ଚଢ଼ିବା ସ୍ୱପ୍ନ ଅସମ୍ଭବ ହୋଇଥିଲେ ହେଁ ତାକୁ ପୁରା କରିବା ପାଇଁ ଦୀର୍ଘ ଦିନରୁ ଅର୍ଥ ସଞ୍ଚୟ କରି ଆସୁଥିଲେ। ଯାହା ପରେ ବାରିପଦା ସ୍ଥିତ ହିରୋ ଶୋରୁମରୁ ଗାଡି ଆଣିବା ପାଇଁ ତାଙ୍କ ସମ୍ପକୀୟ ଙ୍କ ସହ ଚାରି ବସ୍ତା ଟଙ୍କାକିଆ କୋଏନ ନେଇ ଯାଇଥିଲେ। ଏନେଇ ଶୋରୁମ୍ ଡିଲର କହିଛନ୍ତି ଯେ, ଖୁଚୁରା ଟଙ୍କା ନେଇ ଏହି ଯୁବକ ଯେତେବେଳେ ଆମ ପାଖକୁ ଆସିଲେ ଆମେ ଚକିତ ହୋଇପଡୁଥିଲୁ।

ହିରୋ କମ୍ପାନୀ ପ୍ରତି ଥିବା ବିଶ୍ୱାସ କୁ ଆଖି ଆଗରେ ରଖି ଗ୍ରାହକଙ୍କ ଖୁସି ପାଇଁ ଶୋ-ରୁମ୍ ମାଲିକ ଗାଡ଼ି ଦେବା ପାଇଁ ରାଜି ହୋଇଯାଇଥିଲେ । ଯାହା ପରେ ଶୋ-ରୁମର ୧୨ ଜଣ କର୍ମଚାରୀଙ୍କୁ ପାଖାପାଖି ଚାରି ଘଣ୍ଟାରୁ ଉର୍ଦ୍ଧ ସମୟ ଲାଗିଥିଲା ଟଙ୍କା ଗଣିବା ପାଇଁ । ତେବେ ତାଙ୍କର ଏପରି ପ୍ରୟାସ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ ହେଉଛି ।
ମୟୁରଭଞ୍ଜ ରୁ ତପନ କୁମାର ଦଣ୍ଡପାଟ

Share this…
Share on Facebook

Facebook