ଛତିଶଗଡ ସୀମାନ୍ତରେ ହାତୀ ଆତଙ୍କ, * ଘର ଭାଙ୍ଗିଲେ ,ଫସଲ ନଷ୍ଟ କଲେ

ଓଡିଶା-ଛତିଶଗଡ ସୀମାନ୍ତ ଅଞ୍ଚଳରେ ପୁଣିଥରେ ଆରମ୍ଭ ହୋଇଛି ହାତୀ ଆତଙ୍କ l ଦୀର୍ଘଦିନ ପରେ ପୁଣିଥରେ ହାତୀପଲ ପଶି ଆସିଥିବା ସୂଚନା ମିଳିଛି l
ରାଇଘର ବ୍ଲକର ସୀମାନ୍ତ ଖୁଡୁକ ପଞ୍ଚାୟତର ମାଙ୍କଣତେଦୁ ଗାଁରେ କାଲି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଛତିଶଗଡ଼ ଜଙ୍ଗଲରୁ ଏକ ହାତୀପଲ ଗାଁ ମଧ୍ୟକୁ ପଶି ଆସିଥିବା ଜଣାପଡ଼ିଛି l ଏହି ହାତୀପଲ ପଶିଆସି ଉକ୍ତ ଗ୍ରାମର ୫ ରୁ ୬ ଗୋଟି ଘର ଭାଙ୍ଗିବା ସହିତ ବାଡ଼ି ରେ ଥିବା କଦଳୀ ଗଛ ଓ ପନିପରିବା ଗଛ ଆଦିକୁ ନଷ୍ଟ କରିବା ସହ ଶୁଖାଇଥିବା ମହୁଲ ଫୁଲକୁ ମଧ୍ୟ ଖାଈ ନଷ୍ଟ କରିଦେଇଥିବା ଜଣାପଡିଛି । ଏହି ହାତୀପଲରେ ପ୍ରାୟ ୨୦ ରୁ ଅଧିକ ହାତୀ ଥିବା ସୂଚନା ମିଳିଛି। ଘର ଭାଙ୍ଗିବା ପରେ ଗ୍ରାମବାସୀ ଭୟଭିତ ହୋଇ ଗାଁ ଛାଡ଼ି ଯାଉଛନ୍ତି l ତଥାପି ଗ୍ରାମବାସୀ ହାତୀ ଭୟରେ ଆତଙ୍କିତ ହୋଇ ରହିଛନ୍ତି। ରାଇଘରରୁ ସତ୍ୟ ପ୍ରକାଶ ନାୟକ ରିପୋର୍ଟMPX TV  l

Share this…
Share on Facebook

Facebook