ଖର୍ତ୍ତାଙ୍ଗ ରାଜସ୍ୱ ନିରୀକ୍ଷକ ଙ୍କୁ ଉଠାଇନେଲା ପୋଲିସ ।

 

ମାହାଙ୍ଗା : କଟକ ଜିଲ୍ଲା ମାହାଙ୍ଗା ତହସିଲ ଅନ୍ତର୍ଗତ ଖର୍ତ୍ତାଙ୍ଗ ରାଜସ୍ୱ ନିରୀକ୍ଷକ ଦିଲୀପ ମହାନ୍ତି ଏକ 420 କେସରେ ପୁଲିସ ବାନ୍ଧିଛି, ଆଜି ସକାଳୁ ରାଜସ୍ୱ ନିରୀକ୍ଷକ ଦିଲୀପ ମହାନ୍ତିଙ୍କୁ ଅଫିସ ସମୁଖରୁ ଭଞ୍ଜନଗର ପୁଲିସ ଗିରଫ କରିଛି, ଭଞ୍ଜନଗରରେ ଶ୍ରୀ ମହାନ୍ତି ଅମିନ ଭାବେ ଚକବନ୍ଦୀ କାମ ରେ ନିୟୋଜିତ ଥିଲେ, ସେହି ସମୟ ରେ ଜମି ଜମା ଘାଟଣାକୁ ନେଇ ଦୁର୍ନୀତି କରିଥିବା ଭଞ୍ଜନଗର ଥାନାରେ ଅଭିଯୋଗ ହୋଇଥିଲା, ତେବେ 2021 ମସିହାରୁ ତାଙ୍କୁ ବାରମ୍ବାର ହାଜିରା ପାଇଁ ନୋଟିସ ହୋଇଥିଲେ ମନ୍ଦ୍ୟ ସେ। ହାଜିର ହୋଇନଥିଲେ, ଆଜି ଭଞ୍ଜନଗର ପୋଲିସ ଦିଲୀପ ମହାନ୍ତି ଙ୍କୁ ଭଞ୍ଜନଗର ଥାନା କେସ ନମ୍ବର 373/21 ରେ ଗିରଫ କରୀ ମାହାଙ୍ଗା ଥାନାକୁ ଆଣିଥିଲେ, ଅଧିକ ତଦନ୍ତ ପାଇଁ ତାଙ୍କୁ ଭଞ୍ଜନଗର ପୁଲିସ ସାଙ୍ଗରେ ନେଇଯାଇଥିବା ଜଣାଯାଇଛି ।। ମାହାଙ୍ଗା ରୁ ଦେବେନ୍ଦ୍ର ଷଡ଼ଙ୍ଗୀ ଙ୍କ ରିପୋର୍ଟ ।

Share this…
Share on Facebook

Facebook