ନୂଆ ପ୍ରୟାସ;ମେଣ୍ଟିବ ଶୋଷ, ପଶୁପକ୍ଷୀଙ୍କୁ ପାଣି ପିଆଇବା ଆସ

ମେଣ୍ଟିବ ଶୋଷ, ପଶୁପକ୍ଷୀଙ୍କୁ ପାଣି ପିଆଇବା ଆସ । ନୂଆ ପ୍ରୟାସ ପକ୍ଷରୁ ଜଳକୁଣ୍ଡ ବ୍ୟବସ୍ଥା

ଅସହ୍ୟ ତାତି, ମୁଣ୍ଡଫଟା ଗରମରେ ମଣିଷ ତ୍ରାହି ତ୍ରାହି ଡାକୁଛି। ଖରାର ମୁକାବିଲା ପାଇଁ ଆମେ ଘରେ ଫ୍ୟାନ, ଏସି ଲଗେଇ ଶୋଉଛେ। ଶୋଷ ଲାଗିଲେ ପାଣି, ଲସି ପିଉଛେ। ବାଟରେ ଗଲାବେଳେ ଯଦି ଅତି ଶୋଷ ହୁଏ ଆମେ ରାସ୍ତା କଡର ଟ୍ୟୁୱେଲ ମାଡି ନିଜ ଶୋଷ ମେଣ୍ଟାଉଛେ। ଥରେ ଭାବିଲେ ଏଇ ତତଲା ଖରାରେ ପଶୁଟିଏ କଣ କରୁଥିବ। ନଈ, ନାଳ ତ ପୋତି ଗଲାଣି, ପୋଖରୀରେ ପାଣି ବି ଶୁଖି ଆସିଲାଣି ଏମିତି ସମୟରେ ଶୋଷ ହେଲେ ପଶୁଟି କେମିତି ଶୋଷ ମେଣ୍ଟାଇବ। ପାଟି ଖୋଲି କହିପାରୁ ନଥିବା ପଶୁ କେମିତି ବଞ୍ଚିବ… ???

ସେମାନଙ୍କୁ ବି ଶୋଷ ହୁଏ, ସେମାନଙ୍କର ବି ଜୀବନ ଅଛି…
ତେଣୁ ପଶୁପକ୍ଷୀଙ୍କୁ ପାଣି ଟୋପେ ପିଆଇବା ପାଇଁ ନୂଆ ପ୍ରୟାସ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଆରମ୍ଭ ହୋଇଛି ଏକ ମହତ ଅଭିଯାନ । ଶିଙ୍ଗାଖୁଣ୍ଟା ପଞ୍ଚାୟତର ବିଭିନ୍ନ ସ୍ଥାନରେ ପଶୁଙ୍କ ପାଇଁ ସିମେଣ୍ଟ କୁଣ୍ଡର ବ୍ୟବସ୍ଥା କରାଯାଇଛି। ଏହି ମହତ କାର୍ଯ୍ୟକ୍ରମକୁ ସରପଞ୍ଚ ଅନାଦି ଚରଣ ସାମଲ ଏବଂ ସମିତି ସଭ୍ୟ ପ୍ରଫୁଲ୍ଲ ସେଠୀ ଶୁଭାରମ୍ଭ କରିଥିଲେ । ନୂଆ ପ୍ରୟାସର ସଭାପତି ଜ୍ୟୋତି ରଞ୍ଜନ ଜେନା କାର୍ଯ୍ୟକ୍ରମ ପଛର କାରଣ କହିଥିଲେ ଓ ସମ୍ପାଦକ ରାମକୃଷ୍ଣ ବାରିକ ଅଭିଯାନକୁ ଆଗେଇ ନେଇଥିଲେ। ଏହି ମହତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ବ୍ୟକ୍ତି ଯୋଗଦେଇଥିଲେ। ନୂଆ ପ୍ରୟାସର ସଦସ୍ୟ, ସୁଜିତ ଗିରି, ତପନ ମହାନ୍ତି, ରମାକାନ୍ତ ମହାନ୍ତି, କାହ୍ନା, ଜ୍ୟୋତି ରଞ୍ଜନ ବାରିକ, ଶିବକୃଷ୍ଣ ବାରିକ ସୁନୀଲ ରଞ୍ଜନ ବିଶ୍ବାଳ, ପୂର୍ଣ୍ଣଚନ୍ଦ୍ର କର, ଜହର, ପିତାମ୍ବର, ବସନ୍ତ ସେଠୀ ଆହୁରି ଅନେକ ସାମିଲ ଥିଲେ। ଗାଁ ଗାଁ ବୁଲି ଛାଇ ଜାଗାରେ କୁଣ୍ଡ ଗୁଡିକ ରଖାଯାଇଛି। ଏହି ଉଦ୍ୟକୁ ବିଭିନ୍ନ ମହଲରୁ ସାଧୁବାଦ ଜଣାଯାଇଛି

Share this…
Share on Facebook

Facebook