ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଗ୍ରାମ ଅରୁଣ କ୍ଲବ ନିକଟ ସରକସରୀ କୂଅରୁ ନିଖୋଜ ବୃଦ୍ଧଙ୍କର ମୃତ ଦେହ ଉଦ୍ଧାର ହୋଇଛି l
ମୃତକ ଜଣଙ୍କ ହେଲେ ଛେଣ୍ତିପଦା ଗ୍ରାମ ସେଠୀ ସାହିର ପ୍ରାଣବନ୍ଧୁ ସେଠୀ ବୋଲି ଜଣା ପଡିଛି । ତେବେ ପ୍ରାଣବନ୍ଧୁଙ୍କୁ କେହି ହତ୍ୟାପରେ କୂଅରେ ପକାଇଦେଇଥିବା ପରିବାର ପକ୍ଷରୁ ଅଭିଯୋଗ କରିଛନ୍ତି.
ଘଟଣାରୁ ପ୍ରକାଶ ଯେ ଗତ ରବିବାର ଦିନ ଛେଣ୍ଡିପଦା ଗ୍ରାମର ପ୍ରାଣବନ୍ଧୁ ସେଠୀ ସେହି ଗ୍ରାମର ଅମର ପ୍ରଧାନ ଓ ବିପିନି ଦେହୁରୀଙ୍କ ସହ ଗାଁ ମୁଣ୍ତ ଥିବା ଏକ ବଗିଚା ନିକଟରେ ଭୋଜି କରି ଘରକୁ ଫେରିଥିଲେ .ଏବଂ ପୁଣି ରାତି ୮ ବେଳେ ଅମର ଓ ବିପିନିଙ୍କ ସହ ଗାଁ ରେ ଥିବା ଅରକ୍ଷିତ ଦୋକନ ସମୁଖରେ ମାଉଁସ ମୁଢିର ଆସର ଜମେଇ ଥିଲେ l ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରାଣବନ୍ଧୁ ଘରକୁ ଫେରିନଥିଲେ । ଏ ପଟେ ପ୍ରାଣବନ୍ଧୁଙ୍କ ଫେରିବା ବିଳମ୍ବ ଦେଖି ପରିବାର ଲୋକମାନେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ତାଙ୍କର ସନ୍ଧାନ ପାଇପାରିନଥିଲେ ।
ତେବେ ଏନେଇ ପରିବାର ଲୋକମାନେ ନିରାଶ ହୋଇ ସମବାର ଅପରାହ୍ନରେ ପ୍ରାଣବନ୍ଧୁ ନିଖୋଜ ଥିବା ନେଇ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଅଭିଯୋଗକୁ ଭିତି କରି ପୋଲିସ ଘଟଣାର ତଦନ୍ତ କରିବା ସହିତ ଛେଣ୍ଡିପଦା ଗ୍ରାମର ବିପିନି ଦେହୁରୀ ଅମର ପ୍ରଧାନ ଓ ଅମର ର ବାପା କଷ୍ଟୁ ପ୍ରଧାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇ ଥିବା ବେଳେ lସମବାର ବିଳମ୍ବିତ ରାତି ପ୍ରାୟ ୧୨ଟା ବେଳେ ପ୍ରାଣବନ୍ଧୁଙ୍କ ଘରଠାରୁ ଅଳ୍ପ ଦୂରରେ ଅରୁଣ କ୍ଲବକୁ ଲାଗିଥିବା ସରକାରୀ କୂଅରେ ପ୍ରାଣବନ୍ଧୁଙ୍କ ମୃତ ଦେହ ଭାସୁଥିବା ଗ୍ରାମର କିଛି ଯୁବକ ଦେଖିଥିଲେ । ତେବେ ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ପୁଲିସକକୁ ଖବର ଦେଇଥିଲେ l
ପଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀଙ୍କ ସହାୟତାରେ ପ୍ରାଣବନ୍ଧୁଙ୍କ ମୃତ ଦେହକୁ କୁଅରୁ ଉଦ୍ଧାର କରିଥିଲା l ତେବେ ସମବାର ଦିନ ତମାମ ଧରି ପରିବାର ଲୋକମାନେ ଲୁହା ଆଙ୍କୁଶ ମାଧ୍ୟମରେ କୂଅରେ ଖୋଜିଥିଲେ ମଧ୍ୟ କୈାଣସି ପତ୍ତା ମିଳି ନଥିବାବେଳେ । ତେବେ ନିଖୋଜର ୨୪ ଘଣ୍ଟା ପରେ ରାତି ୧୨ଟାରେ କିପରି ମୃତ ଦେହ ପାଣିରେ ଭାସିଲା ବୋଲି ପରିବାର ଲୋକଙ୍କ ମଧ୍ୟରେ ସନ୍ଦେହ ଶୃଷ୍ଟି ହେବା ସହିତ .ଏହା ଯୋଜନାବଦ୍ଧ ହତ୍ୟା ବୋଲି ପରିବା ଲୋକେ ଅଭିଯୋଗ କରିଛନ୍ତି ।କେହି ପ୍ରାଣବନ୍ଧୁଙ୍କୁ ମାରି କୂଅରେ ପକାଇଦେଇଥିବା।ପରିବାଲୋକମାନେ ସନ୍ଦେହ କରିବା ସହିତ ସାଇଣ୍ଟିଫିକ ଟିମ ସାହାର୍ଯ୍ୟରେ ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ଦାବି କରିଛନ୍ତି ।
ଏ ନେଇ କୂଅରୁ ପ୍ରାଣବନ୍ଧୁଙ୍କ ଶବ ଉଦ୍ଧାର ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ପ୍ରାଣବନ୍ଧୁଙ୍କ ମୃତ୍ୟୁକୁ ନେଇ କାରଣ ଅସ୍ପଷ୍ଟ ରହିଥିବା ବେଳେ
ପୋଲିସ ଗ୍ରାମର ୩ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ।
ଶବ ବ୍ୟବଛେଦ ରିପୋର୍ଟ ଓ ସାଇଣ୍ଟିଫିକ ରିପୋର୍ଟ ଆସିବାପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ପୋଲିସ ପ୍ରକାଶ କରିଛି ।ପ୍ରାଣବନ୍ଧୁଙ୍କ ମୃତ୍ୟୁକୁ ନେଇ ଘଟଣା ସ୍ଥଳରେ ଉତ୍ୟେଯନା ଦେଖା ଦେଇ ଥିବା ବେଳେ ସାଇଁଟିଫିକ ଟିମର ତଦନ୍ତ ନହେବା ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ ପାଇଁ ଛାଡିବେ ନାହିଁ ବୋଲି ପରିବା ଲୋକେ ଦାବି କରିଥିଲେ l ଅନ୍ୟ ପକ୍ଷରେ ପ୍ରାଣବନ୍ଧୁ ଙ୍କ ମୃତ୍ୟୁ ପଛରେ ଉକ୍ତ ୨ଯୁବକଙ୍କ ହାତ ଥିବା ପରିବା ପକ୍ଷରୁ ସନ୍ଧେହ କରୁ ଥିବା ବେଳେ ପୋଲିସ ଅମର ଏବଂ ବିପିନିଙ୍କ ସହିତ ଅମର ବାପା କଷ୍ଟୁ ପ୍ରଧାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି

Share this…
Share on Facebook

Facebook