ଯୁବକ ଉପରେ ଓଲଟି ପଡିଲା ପାଣି ବୋଝେଇ ପିକଅପ

ମୟୁରଭଞ୍ଜ; ମୃତ୍ୟୁ କେତେ ବେଳେ କେଉଁ ରୂପରେ ଆସିବ କହିବା ମୁସକ୍କିଲ‌। ରାସ୍ତା ରେ ଚାଲି ଚାଲି ଯାଉଥିବା ଜଣେ ଯୁବକ ଉପରେ ଓଲଟି ପଡିଲା ପାଣି ବୋତଲ ବୋଝେଇ ପିକଅପ ଭେନ। ଚିକିତ୍ସା ଅବସ୍ଥା ରେ ଯୁବକଙ୍କ ଜୀବନ ଚାଲି ଯାଇଥିଲା ଓ ଡ଼୍ରାଇଭର ଆହତ ହୋଇଛନ୍ତି। ଏପରି ଘଟଣା ବାଙ୍ଗିରିପୋଷି ଥାନା ବଣକାଟି ପଞ୍ଚାୟତ ଦଶରାପଦା ଛକ ନିକଟରେ ଆଜି ଦିନ ପାଖାପାଖି ୧୨ ଟା ସମୟରେ ଘଟିଛି। ବଣକାଟି ଗ୍ରାମ ର ଦେବେନ୍ଦ୍ର ନାଏକ( ୫୦) (ଗବଦୁଲ) ଦଶରାପଦା ଛକ ରୁ ସଉଦା ନେଇ ଘରକୁ ଚାଲିଚାଲି ଯାଉଥିବା ବେଳେ ଏକ ଦୃତ ଗାମୀ ପାଣି ବୋତଲ ବୈଝେଇ ପିକଅପ ନଂOR II K8037 ହଠାତ୍ ଆସି ଦେବେନ୍ଦ୍ର ଙ୍କ ଉପରେ ଓଲଟି ପଡିଥିଲା।

ପିକଅପ ଟି ଖୁଣ୍ଟା ଥାନା ବାସି ପିଠା ରୁ ବାଦାମ ପାହାଡ଼ ଯାଉଥିଲା। ପୁଲିସ ଖବର ପାଇ ଏକ କ୍ରେନ ଯୋଗେ ପିକଅପ ତଳୁ ଯୁବକ ଙ୍କୁ ଉଧାର କରି ବାଙ୍ଗରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଣି ଚିକିତ୍ସା କରାଇଥିଲେ । ଡ୍ରାଇଭର ଖୁଣ୍ଟା ର ରାଜକୁମାର କରଜି କୁ ପ୍ରାଥମିକ ଚିକିତ୍ସା ପରେ ପୁଲିସ ଅଟକ ରଖିଛି। ଗାଡ଼ି ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଦୁର୍ଘଟଣା ଘଟିଲା ବୋଲି ଡ୍ରାଇଭର କହିଛନ୍ତି। ପୁଲିସ ତଦନ୍ତ କରୁଛି। ଏଠାରେ ସୂଚନାଯୋଗ୍ୟ କିଛି ବର୍ଷ ପୂର୍ବରୁ ଦେବେନ୍ଦ୍ର ଙ୍କ ବାପା ଙ୍କ ମଧ୍ୟ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା।
ମୟୁରଭଞ୍ଜ ଜିଲ୍ଲା ସାରସ କଣା ରୁ ତପନ କୁମାର ଦଣ୍ଡପାଟ

Share this…
Share on Facebook

Facebook