ପୁରୁରା ମାଡ଼ରେ ଦାଦା,ଖୁଡ଼ି ଗୁରୁତର

ନୀଳଗିରୀ ; ସମ୍ପତି କଳା ଉଗ୍ରହେଲା । ସମ୍ପତି ଚିହ୍ନିଲାନି ସମ୍ପର୍କ । ୨ ପୁରୁରା ମାଡ଼ରେ ଦାଦା,ଖୁଡ଼ି ଗୁରୁତର । ଏ ଚାଚଂଲ୍ୟ କର ଖବର -ନୀଳଗିରୀ ବାଲିଗୋହିରି ଗାଁରେ ଘଟିଥିବା ବେଳେ ସାରା ଗାଁରେ ଭୟର ବାତାବରଣ ସୃଷ୍ଟି କରିଛି । ଜମିବାଡ଼ି ଭାଗ ବଂଟାକୁ ନେଇ ଦୁଇ ଭାଇ ବେଣୁଧର ବେହେରା ଓ ଗଦାଧର ବେହେରା ମଧ୍ୟରେ କିଛି ମାସ ହେବ ଅସନ୍ତୋସ କୁହୁଳୁ ଥିଲା ।

ମାତ୍ର ଆଜି ଦୁଇ ପରିବାର ମଧ୍ୟରେ ସାମାନ୍ୟ ବଚସାରୁ ବେଣୁଧରଙ୍କ ପରିବାର ଲୋକ ସାନ ଭାଇ ଗଦାଧର ଓ ତାଙ୍କ ସ୍ତ୍ରୀ ଉପରେ ମରଣାନ୍ତକ ଅକ୍ରମଣ କରିଥିଲେ । ତେବେ ଏହି ଆକ୍ରମଣରେ ଗଦାଧରଙ୍କ ମୁଣ୍ଡ ଓ ଦେହରେ ଗଭୀର ଅଘାତ ଲାଗିଥିବା ବେଳେ ସ୍ତ୍ରୀଙ୍କ ହାତ ଭାଙ୍ଗିଥିବା ଜଣା ପଡ଼ିଛି । ତେବେ ଦୁଇ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ତଦନ୍ତ ଚଲାଇଛି । ବାଲେଶ୍ୱରରୁ ଶରତ ନାଏକଙ୍କ ରିପୋର୍ଟ mpx  ନ୍ୟୁଜ୍ ।

Share this…
Share on Facebook

Facebook