ପାଣି ପାଇଁ ରାସ୍ତାରୋକ; ରାସ୍ତାରେ ଜଳିଲା ଟାୟାର, ଉଠିଲା ପ୍ରଶାସନ ବିରୋଧି ସ୍ୱର

ଢେଙ୍କାନାଳ: ରାସ୍ତା ଉପରେ ଗରା , ବାଲଟି । ଜଳିଲା ଟାୟାର ଉଠିଲା ପ୍ରଶାସନ ବିରୋଧରେ ପ୍ରତିବାଦ ସ୍ୱର । ଘଂଟା କି ଦୁଇ ଘଂଟା ନୁହେଁ ପୁରା ୩ଘଂଟା ରାସ୍ତାରେ ବସିଲେ ମହିଳା । ଯାତାୟତ ହେଲା ଠପ୍, ଜନଜୀବନ ହେଲା ଅସ୍ତବ୍ୟସ୍ଥ । ପାଣି ଟୋପାଏ ପାଇଁ ପ୍ରଶାସନ ବିରୋଧରେ ରାସ୍ତାରୁ ଉଠିଛି ଏ ସ୍ୱର । ଟିକେ ଭଲ କରି ନଜର ପକାନ୍ତୁ ଏ ଦୃଶ୍ୟକୁ – ଏ ଦୃଶ୍ୟ ଢେଙ୍କାନାଳ ପରଜଙ୍ଗ ବ୍ଲକ୍ ଗଙ୍ଗାଧରପୁର ହରିଜନ ସାହିର । ସୂର୍ଯ୍ୟର ଉତାପ ଯେତେ ପ୍ରଖର ଶେଷ ଏଠି ସେତିକି ଗତିଶୀଳ । ଯେଉଁଥି ପାଇଁ ପ୍ରତିବାଦୀ ଗ୍ରାମବାସୀ ଛାତ୍ର ଠାରୁ ଯୁବକ ଏପରି କି ମହିଳା ରାସ୍ତା ଉପରେ ପ୍ରତିବାଦ କରୁଛି ।

ଅଭିଯୋଗ ହେଉଛି , ଏଠି ବସୁଧା ଯୋଜନା ଅଛି, ପାଇପି ପଡ଼ିଛି ,ମାତ୍ର ଯୋଜନା ହେବାର କେତେଟା ମାସ ପରେ ପାଇପ ମଧ୍ୟରେ ଅଟଳି ଯାଇଛି ପାଣି । କିନ୍ତୁ କୂଅ ପୋଖରୀ ଶୁଖିଲା, ଅଚଳ ନଳକୂପ । ଏଠି ଗ୍ରାମବାସୀଙ୍କ ଶୋଷ ଯେତେ ପ୍ରଖର ହେଲେ ମଧ୍ୟ ସରକାରୀ ବାବୁ ଲୋକଙ୍କୁ ଅଭିଯୋଗ ଗୁହାରୀ କିଛି କାମରେ ଆସୁନି । ଢେଙ୍କାନାଳରୁ ପ୍ରଶାନ୍ତ କୁମାର ସାହୁଙ୍କ ରିପୋର୍ଟ mpx  ନ୍ୟୁଜ୍

Share this…
Share on Facebook

Facebook