ସାଲେପୁର.ସଡକ ଦୁର୍ଘଟଣାରେ 2 ଆହତ 3 ଜଣ ଗୁରୁତର। ଏଭଳି ଘଟଣା ଘଟିଛି କଟକ ଚାନ୍ଦବାଲି ରାସ୍ତାର ସାଲେପୁର ଭାତପଡା ଛକ ନିକଟରେ। ରାସ୍ତାରେ ଦୁଇଟି ବାଇକ ପରସ୍ପର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ 2ଜଣ ଆହତ ହୋଇଥିଲା ବେଳେ 3ଜଣ ଗୁରୁତର ହୋଇପଡିଥିଲେ। ଗୁରୁତର ମାନଙ୍କୁ ଚିକିତ୍ସା ନିମନ୍ତେ କଟକ ସ୍ଥାନତାର କରାଯାଇଛି। ସୂଚନାମୁତାବକ କାହାରି ପରିଚୟ ମିଳିପାରି ନଥିବାବେଳେ ଦୁର୍ଘଟଣା ଘଟାଇଥିବା ଦୁଇଟି ବାଇକକୁ ପୋଲିସ ଜବତ କରିଥାନାକୁ ଆଣି ତଦନ୍ତ ଆରମ୍ଭ କରିଛି।
…. ମନୋଜ ସାହୁ, ସାଲେପୁର….