ମୟୂରଭଞ୍ଜ ଜିଲ୍ଲାପାଳ ଗାଡ଼ି ଭଙ୍ଗାରୁଜା ମାମଲା; ୯ ବନ୍ଧା ହେଲେ

ମୟୂରଭଞ୍ଜ;ଜିଲ୍ଲାପାଳଙ୍କ ଗାଡ଼ି ଭଙ୍ଗାରୁଜା କରିଥିଲେ ଏବେ ବନ୍ଧା ହେଲେ । ଆଜି ଏହି ମାମଲାରେ ପୋଲିସ ୯ଜଣଙ୍କୁ ଗିରଫ କରି ସାମ୍ବାଦିକ ସମ୍ମିଳନୀ କରି ଅଭିଯୁକ୍ତଙ୍କ ପୋଲ ଖୋଲିଛି । ରିପୋର୍ଟ ମୁତାବକ ଶନିବାର ଦିନ ଭଗବାନପୁର ପଂଚାୟତ କାର୍ଯ୍ୟାଳୟ ସ୍ଥାନାନ୍ତରଣ ଦାବି ରେ ଶହ ଶହ ଲୋକ ରାସ୍ତା ଅବରୋଧ କରି ପ୍ରତିବାଦ କରୁଥିଲେ ।

ମାତ୍ର ଏହି ସମୟରେ ମୟୁରଭଞ୍ଜ ଜିଲ୍ଲାପାଳ ବାରପଦାରୁ ବାଙ୍ଗିରପୋଷି ଆଡ଼କୁ ଯାଉଥିବା ବେଳେ ଦଳମଣ୍ଡପ ଛକରେ କିଛି ଯୁବକ ଜିଲ୍ଲାପାଳଙ୍କ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ । ତେବେ ଏହି ମାମଲାରେ ପୋଲିସ ମାମଲା ରୁଜୁ କରି ୯ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟପଟେ କିଛି ଅଭିଯୁକ୍ତ ଫେରାର ଥିବା ବେଳେ ପୋଲିସ ସାରା ଅଂଚଳରେ ତନାଘନା ଜାରି ରଖିଛି । ମୟୁରଭଞ୍ଜରୁ ତପନ ଦଣ୍ଡପାଟଙ୍କ ରିପୋର୍ଟ mpx ନ୍ୟୁଜ ।

Share this…
Share on Facebook

Facebook