ସଡକ ଦୁର୍ଘଟଣାରେ ବରିଷ୍ଠ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଅଞ୍ଜନ ଷଡ଼ଙ୍ଗୀ ମୃତ ।

ବାରିପଦା ଉପକଣ୍ଠ ସଦର ଥାନା ଅଧୀନସ୍ଥ ମଞ୍ଚାବନ୍ଧା ଠାରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ କାର ଟିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଡ୍ରାଇଭର ସିଟରେ ଡାକ୍ତର ଅଞ୍ଜନ ଷଡ଼ଙ୍ଗୀ ଚାପି ହୋଇ ରହିଯାଇଥିଲେ । ସ୍ଥାନୀୟ ଲୋକମାନେ ମିଶି ତାଙ୍କୁ କାର ର ଡୋର କାଟି ଉଦ୍ଧାର କରି ବାରିପଦା ପି.ଆର୍.ଏମ୍. ହସପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ତାଙ୍କ ଦେହ ଗୁରୁତର ହେବାରୁ ଡ଼ାକ୍ତର ତାଙ୍କୁ ଭୁବନେଶ୍ୱର ଘରୋଇ ହସ୍ପିଟାଲକୁ ରେଫର କରିଥିଲେ । କିନ୍ତୁ ବଡ଼ ଦୁଃଖର ବିଷୟ ଭୁବନେଶ୍ୱର ଆସୁଥିବା ବେଳେ ଭଦଷ୍ଠଳ ନିକଟରେ ତାଙ୍କର ମୃତ୍ୟୁ ହୋଇଛି ।

ଯେଉ ଦୁଃଖଦ ଖବର ସାରା ଜିଲ୍ଲା ବାସୀଙ୍କୁ ମର୍ମାହାତ କରିଛି । ସୁଚନା ମୁତାବକ ଡାକ୍ତର ଅଞ୍ଜନ ଷଡ଼ଙ୍ଗୀ ବାଲେଶ୍ବର ପଟୁ ବାରିପଦା କୁ ଫେରୁଥିବା ବେଳେ ମଞ୍ଚାବନ୍ଧା ନିକଟରେ କୌଣସି ଗାଡି ପଛରେ ଧକ୍କା ଦେଇଥିଲା ଡାକ୍ତର ଙ୍କ କାରଟି । ଏଥିରେ କାର ଟିର ସମ୍ମୁଖ ଭାଗ ଭାଙ୍ଗିରୁଜି ଯାଇଥିଲା ବେଳେ କାର ଭିତରେ ଡାକ୍ତର ଚାପି ହୋଇ ରହି ଯାଇଥିଲେ । ଦୁର୍ଘଟଣା ସ୍ଥଳରୁ ଅନ୍ୟ ଗାଡିଟି ଫେରାର ହୋଇଯାଇଥିବା ବେଳେ ରାସ୍ତାରେ ବିପରିତ ଦୀଗରୁ ଯାଉଥିବା ଲୋକ ମାନଙ୍କ ସହାୟତା ରେ କାର ମଧ୍ୟରୁ ଡାକ୍ତର ଙ୍କୁ ଉଦ୍ଧାର କରି ବାରିପଦା ପି.ଆର୍.ଏମ୍ ହସପିଟାଲରେ ଭର୍ତ୍ତି କରିଛନ୍ତି । ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Share this…
Share on Facebook

Facebook