ବିଳମ୍ବିତ ରାତ୍ରରେ ଡବଲ ମର୍ଡର : ଗାଁକୁ ଫେରୁଥିବା ବେଳେ ୨ ଯୁବକଙ୍କୁ ହତ୍ୟା

ଦିଗପହଣ୍ଡି, ୨୪/୦୪: ଡବଲ ମର୍ଡର୍ । ଶନିବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଚଷା ନିମଖଣ୍ଡି ଓ ସୌରା ପାହାଡ଼ ମଧ୍ୟବର୍ତ୍ତୀ ଅଂଚଳରେ ଦୁଇ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତେବେ ହତ୍ୟାର କାରଣ ରାଜନୈତିକ ହିଂସା ହୋଇଥାଇପରେ ବୋଲି ଆକଳନ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

ଖବର ଅନୁଯାୟୀ ନିମଖଣ୍ଡି ଗ୍ରାମ ରେ ଏକ ମିଟିଂ ର ଆୟୋଜନ କରାଯାଇଥିଲା ଏବଂ ସେଠାରେ ଉଭୟ ଗୋଷ୍ଠୀ ଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ଶୁଣିବାକୁ ମିଳୁଛି।ପାଳଝାଡି ଗାଁର ସୁଦର୍ଶନ ସୁଆର ଏବଂ ସୁଧୀର ପାତ୍ର ଗୋଟିଏ ବାଇକ ଯୋଗେ ପନାଡ଼ ଗାଁରୁ ନିଜ ଗାଁକୁ ଫେରୁଥିଲେ । ରାସ୍ତାରେ କିଛି ଦୁର୍ବୃତ୍ତ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ତୁରନ୍ତ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣେ ବ୍ରହ୍ମପୁର ବଡ଼ ମେଡ଼ିକାଲ ସ୍ଥାନାନ୍ତର ବେଳେ ପ୍ରାଣ ହରାଇଥିଲେ । ତେବେ ତଦନ୍ତ ପରେ ସମସ୍ତ ଘଟଣା ଜଣା ପଡିବ ବୋଲି ପୋଲିସ କହିଛି । ଦିଗପହଣ୍ଡି ରୁ ଶିବ ପ୍ରସାଦ ରଥ।

Share this…
Share on Facebook

Facebook