ବାଲ୍ୟ ବିବାହ ପରେ ପହଞ୍ଚିଲା ପ୍ରସାଶନ * ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେଲେ ବିଡିଓ * ନିରାଶ ହୋଇ ଫେରିଲା ପ୍ରସାଶନ

ରାଇଘର ୨୩/୪ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଛେଳିଡଙ୍ଗରି ପଂଚାୟତର ଭାଟିପାରା ଠାରେ ଏକ ବାଲ୍ୟ ବିବାହ ହୋଇଥିବା ଜାଣିପାରି ଗତ କାଲି ଉକ୍ତ ଗ୍ରାମକୁ ପ୍ରସାଶନ ପହଞ୍ଚିଥିଲା l କିନ୍ତୁ ଉକ୍ତ ଗ୍ରାମରେ ଏହି ଘଟଣାକୁ ନେଇ ଉଭୟ ପ୍ରସାଶନ ଓ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହେବା ପରେ ସେଠାରେ ଉତ୍ତେଜନା ଦେଖା ଦେଇଥିଲା l

ଏଥିସହିତ କିଛି ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇ ପ୍ରସାଶନ ଅଧିକାରୀମାନେ ନିରାଶ ହୋଇ ଫେରି ଯାଇଥିବା ଜଣାପଡିଛି |
ସୂଚନା ଅନୁଯାୟୀ ଗତକାଲି କାୱାଡବରି ଗ୍ରାମର ଜଣେ ୧୫ ବର୍ଷର ନାବାଳିକାଙ୍କୁ ଭାଟିପାରା ଗ୍ରାମରେ ଜଣେ ଯୁବକଙ୍କ ସହିତ ବିବାହ କରାଇ ବୋହୁ କରି ଆଣିଥିଲେ l ବହୁ ଜଣକ ନାବାଳିକା ବୋଲି ପ୍ରଚାର ହେବା ପରେ ରାଇଘର ପ୍ରସାଶନ ପକ୍ଷରୁ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ , ଥାନା ସବ୍ ଇନିସ୍ପକ୍ଟର୍ ଅନୁସୟା ନାୟକ , ରାଇଘର ପିଇଓ ଅଜିତ କୁମାର ନନ୍ଦ, ରାଇଘର ସରପଞ୍ଚ ଲମ୍ବୋଦର ମାଝୀ ପ୍ରମୁଖ ଭାଟିପାରା ଗ୍ରାମରେ ପହଂଚିବା ସହିତ ଗ୍ରାମର କିଛି ବିଶିଷ୍ଠ ବ୍ୟକ୍ତି ଓ ପରିବାର ଲୋକଙ୍କୁ ନେଇ ଏକ ବୈଠକର ଆୟୋଜନ କରିଥିଲେ | ସେଥିରେ ବାଲ୍ୟ ବିବାହ ଏକ ଅପରାଧ ବୋଲି ବୁଝାଇବା ସହିତ ବୟସ ହେବା ପର୍ଯ୍ୟନ୍ତ ଦୁହିଁଙ୍କୁ ଅଲଗା ରଖିବାକୁ ପରାମର୍ଶ ଦେଇଥିଲେ | କିନ୍ତୁ ଏଥିରେ ପରିବାର ଲୋକେ ରାଜି ନହେବା ସହିତ ଗ୍ରାମବାସୀ ମଧ୍ୟ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ l ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା l

ବିଡିଓ ଶ୍ରୀ ବଳଙ୍କ ସହିତ ଏହି ବୁଝାସୁଝା ସମୟରେ କିଛି ଗ୍ରାମବାସୀ ମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା | ଫଳରେ ଏ ସମ୍ପର୍କରେ କୌଣସି ସମାଧାନ ହୋଇ ନପାରି ପ୍ରସାଶନ ଫେରି ଯିବାକୁ ବାଧ୍ୟ ହୋଇଥିଲା |
ପ୍ରକାଶଥାଉକି ସ୍ଥାନୀୟ ଅଂଚଳରେ ବାଲ୍ୟ ବିବାହକୁ ରୋକିବା ପାଇଁ ସରକାରଙ୍କ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ରହିଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ସରକାରୀ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ଦେଖିବାକୁ ମିଳିଛି l ଫଳରେ ଦିନକୁ ଦିନ ଏହି ବାଲ୍ୟ ବିବାହ ବଢିବାରେ ଲାଗିଛି l ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ବତନ୍ତ୍ର ଦ୍ରୁଷ୍ଟି ଦେଇ ବାଲ୍ୟ ବିବାହ ରୋକିବା ସହିତ ପଦକ୍ଷେପ ଗ୍ରହଣ କରିବାକୁ ଅଂଚଳବାସୀ ଦାବୀ କରିଛନ୍ତି | ରାଇଘର ରୁ ସତ୍ୟ ପ୍ରକାଶ ନାୟକ ରିପୋର୍ଟ l mpx tv odia

Share this…
Share on Facebook

Facebook