ସ୍ବାମୀ ମାଡରେ ସ୍ତ୍ରୀ ମୃତ

ମୟୁରଭଞ୍ଜ; ପାରିବାରିକ କଳହ ସ୍ତ୍ରୀକୁ ପିଟି ପିଟି ହତ୍ୟା  . ପାରିବାରିକ କଳହକୁ ନେଇ ସ୍ବାମୀ ମାଡରେ ସ୍ତ୍ରୀର ମୃତ୍ୟୁ ଏପରି
ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ପାଣ୍ଡରା ଗ୍ରାମରେ। ଗତକାଲି ସନ୍ଧ୍ୟାରେ କୌଣସି କାରଣକୁ ନେଇ ସ୍ଵାମୀ ସ୍ତ୍ରୀ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ନିଶାସକ୍ତ ସ୍ବାମୀ କାଁହୁ ସିଂ (୩୬) ରାଗରେ ପତ୍ନୀ ଅଞ୍ଜଳି ସିଂ ମୁଣ୍ଡର କାନମୁଣ୍ଡାକୁ ଶକ୍ତ ଚାପୁଡା ମାରିବାରୁ ସ୍ତ୍ରୀ ତଳେ
ପଡିଯାଇଥିଲେ ଓ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ପରିବାର ପାଖରୁ ଶୁଣିବାକୁ ମିଳିଛି । ତେବେ ଝାରପୋଖରିଆ ପୋଲିସ କୁ ଖବର ଦେଇଥିଲେ ମଧ୍ୟ ଦୀର୍ଘ ସାତ ଘଣ୍ଟା ପରେବି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନ ଥିଲା । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।ମୟୁରଭଞ୍ଜ ରୁ ତପନ କୁମାର ଦଣ୍ଡପାଟ

Share this…
Share on Facebook

Facebook