କୁରାଢ଼ୀରେ ହତ୍ୟା କରି ପୁଅ ନେଲା ମାଆର ଜୀବନ।

ମୟୂରଭଞ୍ଜ- ନିଶା ପାଇଁ ସମ୍ପର୍କ ପାଲଟିଲା ତୁଚ୍ଛ। ନିଶାରେ ନୃଶଂସ ପାଲଟି ଜନ୍ମଦାତ୍ରୀ ମାଆକୁ ହତ୍ୟାକଲା ପୁଅ। ଭୁଲିଗଲା ମାଆର ମମତା। ନିଶା ଆଗରେ ହାରିଗଲା ମାତୃତ୍ୱ। ମାଆକୁ ହତ୍ୟାକରି ହତ୍ୟାକାରୀ ସାଜିଲା ଜନ୍ମକଲା ପୁଅ। ଏଭଳି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଚାକୁଳିଆ ଗ୍ରାମରେ। ଜନ୍ମ କଲା ମା ଙ୍କୁ କୁରାଢ଼ିରେ ହାଣିଲା ପୁଅ। ଅଭିଯୁକ୍ତ ହତ୍ୟାକାରୀପୁଅ ଲସ ହେମ୍ବ୍ରମ୍। ମୃତା ମାଆ ଗୁରୁବାରି ହେମ୍ବ୍ରମ୍। ଘଟଣାଟି ଗତକାଲି ରାତିରେ ଘଟିଥିବା ଜଣାପଡ଼ିଛି।ତେବେ ଆଜି ସକାଳୁ ଗ୍ରାମର ଲୋକମାନେ ଜାଣିପାରି ରାସଗୋବିନ୍ଦପୁର ଥାନାକୁ ଖବର ଦେଇଥିଲେ।

ଖବରପାଇ ରାସଗୋବିନ୍ଦପୁର ଥାନା ଅଧିକାରୀଣୀ ଲୋପାମୁଦ୍ରା ନାୟକ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଭିୟୁକ୍ତ ହତ୍ୟାକାରୀପୁଅକୁ ଗିରଫ କରିଛି। ଘଟଣା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଘରୋଇ ବଚସାକୁ ନେଇ ନିଶାସକ୍ତ ଅବସ୍ଥାରେ ପୁଅ ଲସ ଉତ୍ତେଜିତ ହୋଇ ପାଖରେ ଥିବା ଧାରୁଆ କୁରାଢ଼ିରେ ମା’ର ମୁଣ୍ଡ ଉପରକୁ ଆକ୍ରମଣ କରିଥିଲା। ଆକ୍ରମଣରେ ଅସହାୟା ମାଆ ଘର ଭିତର ରକ୍ତ ଯୁଡୁବୁଡୁ ଅବସ୍ଥାରେ ପଡିରହି ଶେଷରେ ମୃତ୍ୟୁ ହୋଇଥିଲା। ଆଜି ସକାଳୁ ଗ୍ରାମବାସୀ ଖବର ଜାଣିବା ପରେ ଗ୍ରାମରେ ଏକ ଆତଙ୍କିତ ପରିସ୍ଥିତି ସୃଷ୍ଟି କରିଛି।

ଅନ୍ୟପଟେ ଅଭିଯୁକ୍ତ ହତ୍ୟାକାରୀପୁଅକୁ ଗିରଫ କରିବା ସହିତ ବ୍ୟବହୃତ କୁରାଢ଼ୀ ଘଟଣାସ୍ଥଳରୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି ରାସଗୋବିନ୍ଦପୁର ଥାନା ପୋଲିସ୍। ତେବେ ଏକ ହତ୍ୟା ମାମଲା ରୁଜ୍ଜୁ କରି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତଜାରୀ ରଖିଛି ପୋଲିସ.ତପନ କୁମାର ଦଣ୍ଡପାଟ ମୟୂରଭଞ୍ଜ

Share this…
Share on Facebook

Facebook