ପୁଅର ବରଯାତ୍ରୀ ରେ ବାପା ମୃତ

ମାଲକାନଗିରି – ସମୟ ବଡ ବଲବାନ , ସମୟ ସୁଅରେ କ୍ଷଣକ ରେ ଦୁଃଖ ପରିବାରରେ ହସର ଲହରୀ ଖେଳି ଉଠେ ତ ସୁଖ ପରିବାର ରେ ଖେଳି ଯାଏ ଶୋକର ଛାୟା । କେଉଁ ସମୟରେ କଣ ହେବ ସେକଥା କେହିବି କହି ପାରନ୍ତି ନାହିଁ । କ୍ଷଣକରେ ହସ ହସ ମୁହଁରେ ଢାଙ୍କି ହେଇଗଲା ଦୁଃଖ ର କଳାବାଦଲ । ଯେଉଁ ଆଖି ସମସ୍ତ ମୁହଁରେ ଦେଖୁଥିଲା ହସ କ୍ଷଣକରେ ସମସ୍ତଙ୍କ ଆଖିରୁ ଝରିଲା ଲୁହ । ସେଭଳି କିଛି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ । ବାହାଘର ବରଯାତ୍ରୀ ଯିବାକୁ ବାହାରିବା ବେଳେ ହେଲା ବରଙ୍କ ପିତାଙ୍କ ଦେହାନ୍ତ ।

ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସଦର ମହକୁମା ହୋଟେଲ ଗୋଲଡେନ ଭିୟୁ ଠାରୁ ଏକ ବରଯାତ୍ରୀ ବିବାହ ନିମନ୍ତେ ବିବାହ ବେଦୀ ଅଭିମୁଖେ ବାହାରିଥିବା ବେଳେ ବର ଯାତ୍ରୀରେ ସାମିଲ ଥିବା ବରଙ୍କ ପିତା ମହେନ୍ଦ୍ର ସିଂ ହଟାତ ଚେତାଶୁନ୍ୟ ହୋଇ ପଡିଥିଲେ । ତେବେ ସେଠାରୁ ତାଙ୍କୁ ତୁରନ୍ତ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିବା ଜଣା ପଡିଛି । ତେବେ ମିଳିଥିବା ସୂଚନା ଅନୁଯାୟୀ ମୃତ ବ୍ୟକ୍ତି , ତାଙ୍କ ପୁଅ ଅଙ୍କିତ ସିଂ ଓ ପରିବାର ବାହାଘର ନିମନ୍ତେ ଦିଲ୍ଲୀରୁ ଆସି ବରଯାତ୍ରୀ ଗାଡ଼ିରେ ବସି ଯିବାକୁ ବାହାରିବା ବେଳେ ଏଭଳି ଅଘଟଣ ଘଟିଛି ।

ତେବେ ସମସ୍ତେ ଖୁସି ମଧ୍ୟରେ ଥିବା ବେଳେ ଏଭଳି ଏକ ଅଘଟଣ ପରେ ସମସ୍ତେ ସ୍ତବ୍ଧ ହୋଇ ପଡିଥିବା ସହ ଶୋକର ଛାୟା ଖେଳି ଯାଇଛି । ତେବେ କିଭଳି ଏସବୁ ଘଟିଲା ଏନେଇ କୌଣସି ସ୍ପଷ୍ଟ ତଥ୍ୟ ମିଳି ନଥିବା ବେଳେ ଏନେଇ ଥାନାରେ ମଧ୍ୟ କୌଣସି ମାମଲା ରୁଜ୍ଜୁ ହୋଇ ନଥିବା ଜଣା ପଡିଛି ।ରିପୋର୍ଟ -ଶିବ ପ୍ରସାଦ ଦାସ
ମାଲକାନଗିରି, mpx tv odia .

Share this…
Share on Facebook

Facebook