କାଲିଠୁ ତାତିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି : ଆଜି କାଳବୈଶାଖୀ ବର୍ଷା ସମ୍ଭାବନା; ଜାଣନ୍ତୁ କେଉଁଠି ହେବ ବର୍ଷା ?

ଆଜି କିଛି ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଏହି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାପରେ କାଲିଠାରୁ ତାତି ସାମାନ୍ୟ କମିବା ସମ୍ଭାବନା ରହିଛି । ତାପମାତ୍ରା ୨ ଡିଗ୍ରୀ କମିପାରେ ବୋଲି ଆକଳନ କରାଯାଉଛି । ଏହାଛଡା କିଛି ସ୍ଥାନରେ ଘଡଘଡି ସହ ବର୍ଷା ବି ହୋଇପାରେ

କାଳବୈଶାଖୀ ସମ୍ଭାବନା : –ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, ଅନୁଗୁଳ

ସେପଟେ, ଅସମ୍ଭାଳ ହେଲାଣି ତାତି । ଅଧା ଓଡ଼ିଶା ଏବେ ଛଟପଟ ହେଉଛି । ଦିନ ତ ଦିନ, ରାତିରେ ବି ପରିସ୍ଥିତି ସାଙ୍ଘାତିକ । ଉପକୂଳରେ ଟିକିଏ ନିସ୍ତାର । ମାତ୍ର ବାକି ଓଡ଼ିଶାରେ ତାତି ବୋଲ ମାନୁନି । ବଲାଙ୍ଗୀର, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ ଅବସ୍ଥା ନ କହିବା ଭଲ । ପୂର୍ବାହ୍ନ ୧୧ଟା ବେଳେକୁ ରାସ୍ତାଘାଟ ଶୂନ୍‌ଶାନ୍‌ । କାଁ ଭାଁ ଲୋକ ଯିବା ଆସିବା କରୁଛନ୍ତି । ନ ହେଲେ ଲାଗୁଛି ସତେଯେମିତି କର୍ଫ୍ୟୁ ଲାଗୁ ହୋଇଛି । ଦିନର ସର୍ବୋଚ୍ଚ ତାପମାତ୍ରା ପ୍ରତିଦିନ ରେକର୍ଡ ଭାଙ୍ଗୁଥିବା ବେଳେ ଆଜି ନୂଆ ରେକର୍ଡ ଯୋଡ଼ି ହୋଇଛି । ସୋନପୁରଠାରେ ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଛି । mpx tv odisha

 

Share this…
Share on Facebook

Facebook