ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା କୁ ଉଦଘାଟନ କଲେ ବିଧାୟକ!

ପିପିଲି ଜବହାର ଵିଦ୍ୟାପୀଠ ରେ ଉଦଘାଟିତ ହୋଇଅଛି ମେଗା ସ୍ବାସ୍ଥ୍ୟ ମେଳା ଶିବିର। ତିନି ଦିନିଆ ଏହି ଶିବିର କୁ ଉଦଘାଟନ କରିଛନ୍ତି ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ। ବିଶେଷ କରି ଏହି ସ୍ବାସ୍ଥ୍ୟ ଶିବିର ରେ 26 ବିଭାଗର ଅଭିଜ୍ଞ ଡାକ୍ତର ଉପସ୍ଥିତ ରହି ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ମାଗଣା ଔଷଧ ଯୋଗାଇବାର ବ୍ୟବସ୍ଥା କରାଯାଇଛି ।

ଶତାଧିକ ଲୋକ ଏଠାରେ ଉପସ୍ଥିତ ରହି ରୋଗ ପରୀକ୍ଷା କରିଥିଲେ । ଆଜି ଠାରୁ ଆରମ୍ଭ ହୋଇଥିବା ଏହି ସ୍ବାସ୍ଥ୍ୟ ମେଳା ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସ୍ଥାନୀୟ ବିଧାୟକ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଏହି ସ୍ବାସ୍ଥ୍ୟ ମେଳା ରେ ଯୋଗ ଦେଇ ଏହାର ଲାଭ ନେବା ପାଇଁ ସ୍ଥାନୀୟ ଜନସାଧାରଣ ଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ରେ ପୁରୀ ସିଡିଏମଓ ଡ଼ଃ.ସୁଜାତା ମିଶ୍ର,ପିପିଲି ବ୍ଲକ ବିଡିଓ ରଶ୍ମିତା ନାଥ,ପିପିଲି ବ୍ଳକ ଚେୟାରମ୍ୟାନ ଦେବ ଶ୍ବିନୀ ନନ୍ଦ, ପିପିଲି ଏନ ଏ ଏସି ଚେୟାରମ୍ୟାନ ସେକ ବାବୁ ପ୍ରମୁଖ ଉପସ୍ଥିତ ଥିଲେ ।

Share this…
Share on Facebook

Facebook