ବାଇକ ଧକ୍କାରେ ଆରୋହୀ ମୃତ ।

ନିଶ୍ଚିନ୍ତକୋଇଲି ବ୍ଲକ, ନେମାଳ ଥାନା ଅଧିନସ୍ଥ କଣ୍ଟାପାରି ନିକଟରେ ଠିକ ସନ୍ଧ୍ୟା ପୂର୍ବରୁ ଜଣେ ବ୍ୟକ୍ତି ଙ୍କୁ କିଛି ସ୍ଥାନୀୟ ଲୋକେ ଜଣେ ବ୍ୟକ୍ତିଙ୍କୁ କଣ୍ଟାପାରି ନିକଟସ୍ଥ ବଡ କେନାଲ ମଧ୍ୟରୁ ଆଘାତ ପ୍ରାପ୍ତ ଙ୍କୁ ସହିତ ତାଙ୍କ ବାଇକ ଉଦ୍ଧାର କରିଛନ୍ତି. ପରେ ପରେ ନେମାଳ ପୋଲିସ କୁ ଖବର ଦେଇଥିଲେ ଓ ଉକ୍ତ ବ୍ୟକ୍ତି ଜଣକୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ. ସେଠାରେ ଡକ୍ଟର ତାଙ୍କୁ ମୃତ ଘୋଷଣା କଲେ. ନେମାଳ ପୋଲିସ ସୂତ୍ରରୁ ଜଣାପଡିଛି ଯେ ଉକ୍ତ ବ୍ୟକ୍ତି ଜଣକ ପାଟକୁରା ଥାନା ଅନ୍ତର୍ଗତ ପୁଟୁଲିଙ୍ଗ, ତେଣ୍ଡକୁଡା ଅଞ୍ଚଳର, ଓ ପିତାଙ୍କ ନାମ ସୁନାକର ଜେନା ଅଟେ. ନିଜ ଗାଁ ରୁ ସାଲେପୁର କୌଣସି କାମରେ ଆସୁଥିଲେ ଓ ବାଟରେ ଏହି ଦୁଃଖଦ ଘଟଣା ଘଟିଛି.

ତାଙ୍କ ର ବୟସ ସଢ଼ଚାଳିଶ ଅଟେ ଓ ଦୁଇଗୋଟି ଝିଅ, ଗୋଟିଏ ପୁଅ ଅଛନ୍ତି. ପୋଲିସ ଖବର ଅନୁଯାଇ ମୃତ ନରେଶ ଙ୍କ ଶରୀରକୁ ବ୍ୟବଚ୍ଛେଦ ପାଇଁ କଟକ ମେଡିକାଲକୁ ସକାଳେ ପଠାଯିବ, କାରଣ ସନ୍ଧ୍ୟା ହୋଇଯାଇ ଥିବାରୁ ଆଜି ପୋଷ୍ଟ ମର୍ଟମ ସମ୍ଭବ ହୋଇପାରି ନାହିଁ. କିନ୍ତୁ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଛି, କାରଣ ଅସ୍ପଷ୍ଟ ଅଛି. ହୁଏତ କୌଣସିଅଜଣା ଗାଡି ଧକାଦେଇ ପାରିଥାଏ କିମ୍ବା, ବଡଗାଡ଼ି ଅତିକ୍ରମ କରୁଥିବା ସମୟରେ ବାଇକ ଚାଳକ ନିଜର ଭାରସାମ୍ୟ ହରାଇ, ଏହା ଘଟିଥାଇ ପାରିଥାଏ. ଦୁର୍ଘଟଣା ସ୍ଥାନଟି ନିର୍ଜନ ହୋଇଥିବାରୁ କାହାର ନଜରକୁ କିଛି କାରଣ ସ୍ପଷ୍ଟ ହୋଇପାରିନାହିଁ.

ନିଶ୍ଚିନ୍ତକୋଇଲି ରୁ ଦେବେନ୍ଦ୍ର ଷଡ଼ଙ୍ଗୀ ଙ୍କ ରିପୋର୍ଟ ।

Share this…
Share on Facebook

Facebook