ରାଗ ସାଜିଲା ବ୍ରହ୍ମ ଚଣ୍ଡାଳ।

ଆନନ୍ଦପୁର:-ରାଗ ସାଜିଲା ବ୍ରହ୍ମ ଚଣ୍ଡାଳ।  ବ୍ୟବସାୟୀ ଙ୍କ ଜୀବନ ନେଇଗଲା ଟ୍ରକ୍‌ ଡ୍ରାଇଭର ର ରାଗ। ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ନୁଆଗାଁ ଛକ ଠାରେ ଥିବା ଏକ ଗ୍ରୋସରୀ ଦେକାନୀ ଙ୍କୁ ଜଣେ ଟ୍ରକ ଚାଳକ ଏକ ଜ୍ଯାକ୍ ରଡ ରେ ଆକ୍ରମଣ କରି ଫେରାର ହୋଇ ଯାଇଛି ା ତେବେ ଗୁରୁତର ଅବସ୍ତା ରେ ବ୍ୟବସାୟୀଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା ସେଠାରେ ତାଙ୍କର ମୃତ୍ଯୁ ଘଟିଛି ା ନୂଆଗାଁ ଛକରେ ସାଇଁକୁଳ ଗ୍ରାମର ଦିଲ୍ଲିପ୍ ବେହେରାଙ୍କ ଏକ ଗ୍ରୋସରୀ ଦୋକାନ ରହିଥିବା ବେଳେ ନିକଟରେ ଏକ ଟ୍ରକ୍ ଗ୍ଯରେଜ୍ ରହିଛି, ଏକ ଟ୍ରକ୍ ସେଠାରେ ମରାମତି ପାଇଁ ଲାଗିଥିଲା ା ତେବେ କୈଣସି କାରଣକୁ କେନ୍ଦ୍ରକରି ଉଭୟ ଙ୍କ ମଧ୍ଯରେ ବଚସା ହେବାରୁ ଟ୍ରକ ଡ୍ରାଇଭର ଗାଡିରୁ ଜ୍ଯାକ୍ ରଡ ବାହାରକରି ଦିଲ୍ଲିପ ଙ୍କୁ ମୁଣ୍ଡକୁ ଆକ୍ରମଣ କରିଥିଲା ା ଖବର ପାଇ ପୋଲିସ୍‌ ପହଁଞ୍ଚି ଫେରାର ଟ୍ରକ୍ ଡ୍ରାଇଭର ସମ୍ପର୍କରେ ସଂନ୍ଧାନ ଆରମ୍ଭ କରିଛି ା

Share this…
Share on Facebook

Facebook