ଝୁଲନ୍ତା ଅବସ୍ଥା ରେ ଯୁବକଙ୍କ ମୃତ ଦେହ ଉଦ୍ଧାର ।

ସୋର: ଝୁଲନ୍ତା ଅବସ୍ଥା ରେ ଯୁବକଙ୍କ ମୃତ ଦେହ ଉଦ୍ଧାର । ବାଲେଶ୍ବର ଜିଲ୍ଲା ସୋର ଥାନା ମୁଳିସିଂ ଅଞ୍ଚଳର କରୁଣାକର ଖଣ୍ଡା ନିଜ ଶଶୁର ଘର ବିଲବାଙ୍କିଆ ରେ ରହୁଥିବା ନିଜ ଶଶୁର ଘରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ଯା କରିଥିବା କରୁଣାକର ଙ୍କ ସ୍ତ୍ରୀ ପ୍ରକାଶ କରିଛନ୍ତି । ଗତ କାଲି ରାତିରେ କରୁଣାକର ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା ପରେ ତାଙ୍କ ସ୍ତ୍ରୀ ପିଣ୍ଡାରେ ଶୋଇଥିବା ବେଳେ କରୁଣାକର ଶୋଇବା ଘରେ ଶୋଇଥିଲେ ।

ଆଜି ସକାଳେ କରୁଣାକର ଶୋଇବା ଘର କବାଟ ନଖୋଲିବାରୁ ତାଙ୍କ ସ୍ତ୍ରୀ ଝରକା ଫାଙ୍କରେ କରୁଣାକର ଙ୍କ ବେକରେ ଗାମୁଛା ଲଗାଇ ଆତ୍ମହତ୍ଯା କରିଥିବା ଦେଖିବାକୁ ପାଇଥିଲେ । ଖଵର ପାଇ ସୋର ପୋଲିସ୍ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ସାବୁଳ ସାହାଯ୍ୟ ରେ କବାଟ ଭାଙ୍ଗି ମୃତ ଦେହ ଝୁଲନ୍ତା ଅବସ୍ଥା ରେ ଉଦ୍ଧାର କରିବା ସହିତ ସୋର ଥାନା ର କେସ୍ ୨୭/୧୮ମୁଳେ ମାମଲା ରୁଜୁ କରି ବ୍ୟବଛେଦ ପାଇଁ ପଠାଇଛନ୍ତି ।ରିପୋର୍ଟ- ସରତ ନାୟକ ଙ୍କ ରିପୋର୍ଟ। ସୋର

Share this…
Share on Facebook

Facebook