ବଞ୍ଚିବା ର ଦାବିରେ ରାସ୍ତାକୁ ଆସିଲା ଡ୍ରାଇଭର ମହାସଂଘ ।

ଭୁବନେଶ୍ୱର: ବଞ୍ଚିବା ର ଦାବିରେ ରାସ୍ତାକୁ ଆସିଲା ଡ୍ରାଇଭର ମହାସଂଘ । ସମ୍ମାନ ବୀମା ଓ ସୁରକ୍ଷା ଦାବିରେ ପୁରା ରାଜଧାନୀ ରାଜରାସ୍ତାରେ ଶକ୍ତି ପ୍ରଦର୍ଶନ କରିଛି । ରାଜ୍ୟର ହଜାର ହଜାର ଡ଼୍ରାଇଭର ଏକ ହୋଇ ହକ୍ ଦାବିରେ ଲୋୟର ପିଏମଜିରେ ଏକତ୍ରିତ ହୋଇଛନ୍ତି । ଏହି ଆନେ୍ଦାଳନ ଫଳରେ ରାଜଧାନୀରେ ଯାତାୟତ,ଗାଡ଼ି ଚଳାଚଳ ଏକ ରକମ ଠପ୍ ହୋଇ ଯାଇଛି ।
ଖଣ୍ଡାଧାର ଓ.ଏମ.ସି ଖଣି ସମ୍ପ୍ରସାରଣ ଆଳରେ କାଟି ଚାଲିଛି ଜଙ୍ଗଲ ଦାବି ପୂରଣ ପାଇଁ ଦାବିପତ୍ର ଦିଆଯାଇଥିବା ବେଳେ ଏହାକୁ କର୍ଣ୍ଣପାତ କରୁ ନାହାନ୍ତି ସରକାର। ନିଜ ନାର୍ୟ୍ୟ ଦାବି ପାଇଁ ଲୋୟର ପିଏମିଜି ଛକରେ ଏକାଠି ହୋଇଛନ୍ତି ହଜାର ହଜାର ସଂଖ୍ୟାର ଡ୍ରାଇଭର। ଦାବିପୂରଣ ନ ହେଲା ଯାଏ ରାଜଧାନୀ ଛାଡ଼ିବୁ ନାହିଁ ବୋଲି ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ୧୧ ଦଫା ଦାବି ନେଇ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଂଘ। ସୁରକ୍ଷା, ସମ୍ମାନ ଓ ବୀମା ଦାବିରେ ଭୁବନେଶ୍ୱର ଲୋୟର ପିଏମଜି ଛକରେ ହଜାର ହଜାର ସଂଖ୍ୟାରେ ଡ୍ରାଇଭର ଧାରଣାରେ ବସିଛନ୍ତି।

ସରକାରଙ୍କ ପାଖରୁ ଲକ୍ଷ ଲକ୍ଷ ଟଙ୍କା ମାଗୁ ନାହୁଁ। ଆମେ ଡ୍ରାଇଭରଙ୍କ ସୁରକ୍ଷା, ସମ୍ମାନ ଓ ବୀମା ଦାବି କରୁଛୁ। ଆମେ ଡ୍ରାଇଭରମାନେ ୧୦ ହଜାର ଟଙ୍କା ଟିଏଲ୍ ବନାଉଛୁ। ଦୁର୍ଘଟଣାରେ ମୃତ୍ୟୁ ହେଲେ ସରକାରଙ୍କ ପକ୍ଷରୁ କିଛି ମିଳୁନାହିଁ। ଡ୍ରାଇଭରମାନଙ୍କ ପାଇଁ ସରକାର ୪ ଲକ୍ଷ ଟଙ୍କା ବୀମା ଦେବା କଥା କହିଥିଲେ। ହେଲେ ଏ ପର୍ୟ୍ୟନ୍ତ ତାହା ଘୋଷଣା ହେଲା ନାହିଁ। କୌଣସି ସ୍ଥାନରେ ଆମକୁ ମାଡ଼ ହେଲେ ଥାନାରେ ଅଭିଯୋଗ କଲେ ଥାନାବାଲା ଏତଲା ଗ୍ରହଣ କରୁ ନାହାନ୍ତି। କରୋନା ସମୟରେ ଆମେ ଦିନ ରାତି ଏକାଠି କରି କାମ କରୁଥିଲୁ। ସରକାର ପକ୍ଷରୁ ଆମକୁ କିଛି ସୁବିଧା ମିଳିଲା ନାହିଁ। ଆମେ ନିଜର ଅଧିକାର ପାଇଁ ଆନ୍ଦୋଳନ କରୁଛୁ।

Share this…
Share on Facebook

Facebook