ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ର କୁଣ୍ତୁପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା , ଘଟଣା ସ୍ଥଳରେ ଜଣେ ମହିଳା ମୃତ , ଜଣେ ଗୁରୁତର ଅବସ୍ଥାରେ ହସପିଟାଲ ରେ ଭର୍ତ୍ତି , ସୂଚନା ଅନୁଯାୟୀ ଜଳେଶ୍ବର ଥାନା ଅନ୍ତର୍ଗତ ସୁଗୋ ଅଞ୍ଚଳ ର ଉଭୟ ବାଇକ ରେ ବାଲେଶ୍ବର ରୁ ଜଳେଶ୍ବର ଫେରିବା ସମୟରେ ପରିସ୍ରା ଲାଗିବାରୁ କୁଣ୍ତପୁର ଛକ ନିକଟରେ ବାଇକ ରଖି ଛିଡା ହୋଇଥିବା ବେଳେ ବାଲେଶ୍ବର ପଟୁ ଜଳେଶ୍ବର ଅଭିମୁଖେ ଆସୁଥିବା ଏକ ଟ୍ରକ ଦ୍ରୂତ ଗତି ରେ ଆସି ସେମାନଙ୍କ ଉପରେ ଚଢି ଯାଇଥିଲା , ଫଳରେ ବାଇକ ଟି ରାସ୍ତା ରେ ଘୋଷାରି ହୋଇ ଜଳି ଯାଇଥିଲା ,
ଘଟଣା ସ୍ଥଳରେ ମହିଳାଙ୍କ ର ମୃତ୍ଯୁ ହୋଇଥିବା ବେଳେ ବାଇକ ଆରୋହୀ ଗୁରୁତର ଅବସ୍ଥାରେ ବସ୍ତା ହସପିଟାଲ ରେ ଭର୍ତ୍ତି ହୋଇଛନ୍ତି ,ଅବସ୍ତା ସଙ୍କଟାପନ୍ନ ଥିବାରୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି, ଘଟଣା ସ୍ଥଳରେ ବସ୍ତା ପୋଲିସ ପହଞ୍ଚି ଟ୍ରକ କୁ ଜବଦ କରି ଅଧିକ ତଦନ୍ତ କରୁଛି
ସୋର ରୁ ସରତ ନାୟକ ଙ୍କ ରିପୋର୍ଟ