ନାବାଳିକା ଦୁଷ୍କର୍ମ ଅଭିଯୋଗ

ମୟୂରଭଞ୍ଜ- ପୁଣି କରଞ୍ଜିଆ ଅଞ୍ଚଳରେ ଲଜ୍ୟା । କରଞ୍ଜିଆ ଉପଖଣ୍ଡ ସପ୍ତାହକ ମଧ୍ୟରେ ଦୁଇଟି ନାବାଳିକା ଦୁଷ୍କର୍ମ ଘଟଣା ଥାନାରେ ଅଭିଯୋଗ ହଇଛି । ଯଶିପୁର ଥାନା ଅଞ୍ଚଳରେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ କେହି ଗିରଫ ହଇନଥିବା ବେଳେ କରଞ୍ଜିଆ ଅଞ୍ଚଳରେ ପୁଣି ନାବାଳିକା ଦୁଷ୍କର୍ମ ଭଳି ଲଜ୍ୟା ସାମ୍ନାକୁ ଆସିଛି । କରଞ୍ଜିଆ ଥାନା ଅଞ୍ଚଳର ୭ବର୍ଷୀୟା ନାବାଳିକା ଛାତ୍ରୀଙ୍କ ସହ ଦୁଷ୍କର୍ମ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁସାରେ କରଞ୍ଜିଆ ଥାନା ଅଞ୍ଚଳର ଜଣେ ୭ବର୍ଷୀୟ ନାବାଳିକା ଛାତ୍ରୀକୁ ଏକାଦେଖି ଜଣେ ୬୦ ବର୍ଷୀୟ ବୃଦ୍ଧ ଦୁଷ୍କର୍ମ କରିଥିବାର ଅଭିଯୋଗ ହଇଛି ।

ଏହି ଘଟଣା ପରିବାର ଲୋକମାନେ ଜାଣିବା ପରେ ନାବାଳିକାର ବାପା କରଞ୍ଜିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାକୁ କରଞ୍ଜିଆ ପୋଲିସ ଗୁରୁତର ସହ ନେବା ସହିତ ତଦନ୍ତ ଆରମ୍ଭ କରିଛନ୍ତି । ଦୁଷ୍କର୍ମ ଅଭିଯୁକ୍ତ ୬୦ବର୍ଷୀୟ ବୃଦ୍ଧକୁ କରଞ୍ଜିଆ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି କରଞ୍ଜିଆ ଥାନା ପୋଲିସ । ନାବାଳିକା ଏବଂ ୬୦ ବର୍ଷୀୟ ବୃଦ୍ଧ ଗୋଟିଏ ଗାଁର ବୋଲି ଜଣାପଡିଛି । ଏହି ଘଟଣାକୁ ନେଇ ଦୃଢ଼କାର୍ଯ୍ୟାନୁଷ୍ଠାନ ହେବ ବୋଲି କରଞ୍ଜିଆ ଥାନା ଆଇ.ଆଇ.ସି.ରଞ୍ଜନ କୁମାର ସେଠୀଙ୍କ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି।ତପନ କୁମାର ଦଣ୍ଡପାଟ ମୟୂରଭଞ୍ଜ. MPX TV ODIA

Share this…
Share on Facebook

Facebook