ସମୁଦ୍ର ରେ ବୁଡି ଯୁବକ ନିଖୋଜ

ବସ୍ତା – ପୂରୀ ସମୂଦ୍ର ରେ ଗାଧୋଇବା ବେଳେ ଯୁବକ ନିଖୋଜ , ଏପଟେ ପୂଅ ର ନିଖୋଜ ଖବର ଶୁଣି କାନ୍ଦି କାନ୍ଦି ଚେତାଶୂନ୍ଯ ହୋଇ ପଡୁଛନ୍ତି ବୂଢା ବାପା ମା ଏବଂ ପରିବାର ଲୋକେ , ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଛଚିନା ଗ୍ରାମର ବଂଶୀଧର ବେହେରା ଗତକାଲି ତାଙ୍କ ପୂଅ ର ମାନସିକ ଚୁଟି ପକାଇବା ପାଇଁ ସ୍ତ୍ରୀ ଏବଂ ପୂଅ କାର୍ତ୍ତିକ ଙ୍କୁ ଧରି ପୂରୀ ଯାଇଥିଲେ ,

ପୁରୀ ରେ ପହଞ୍ଚି ଜଗନ୍ନାଥ ଙ୍କ ଦର୍ଶନ ପରେ ଆଜି ସକାଳେ ପୂଅ ର ଚୁଟି ପକାଇ ସାରିବା ପରେ ସମୁଦ୍ର ରେ ଗାଧୋଇବା ବେଳେ ଅସାବଧାନତା ବଶତଃ ସମୁଦ୍ର ରେ ବୁଡି ଯାଇ ବଂଶୀଧର ନିଖୋଜ ହୋଇଯାଇଛନ୍ତି , ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ ଟିମ ବହୁ ସମୟ ଖୋଜାଖୋଜି ପରେ ମଧ୍ଯ ତାଙ୍କର କୌଣସି ପତ୍ତା ମିଳୁନି , ଏପଟେ ନିଖୋଜ ଖବର ଶୁଣିବା ପରେ ପୂଅ ର ଫେରିବା ବାଟକୁ ଚାହିଁ ବୁଢା ବାପା ମା ପୂଅ ର ଫଟୋ କୁ ଧରି ମୁଣ୍ତ ବାଡେଇ କାନ୍ଦୁଛନ୍ତି. MPX TV ODIA

Share this…
Share on Facebook

Facebook