ଶ୍ରୀମନ ଜେନାଙ୍କ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ଚାନ୍ଦବାଲି ବୈତରଣୀ ନଦୀର ସୁଇସାଇଟ ଜୋନ ଭାବେ ପରିଚିତ ଚାନ୍ଦବାଲି ଗେମନ ବ୍ରିଜରେ ଗତକାଲି ଜଣେ ଯୁବତୀ ଡେଇଁ ଆତ୍ମହତ୍ୟା କରିଛଥିଲେ । ବ୍ରିଜ ଉପରୁ ନଦୀ ମଧକୁ ୧ଶହ ଫୁଟ ତଳକୁ ଡେଇଁ ଦନୀର ପ୍ରଖର ସ୍ରୋତ ମଧ୍ୟମରେ ଜଣେ ଯୁବତୀ ଭାସିଯିବାରୁ ସ୍ଥାନୀୟ ବାସୀ ଅଗ୍ନିଶମ ବିଭାଗ ଓ ଚାନ୍ଦବାଲି ଥାନାକୁ ଖବର ଦେଇଥିଲେ ।

ଘଟଣା ସ୍ଥଳରେ ଅଗ୍ନିସମ ବିଭାଗର ଟିମ ପହଁଚି ନଦୀରେ ପାୱାର ବୋଟ ମାଧ୍ୟମରେ ଗତକାଲି ଓ ଆଜି ବହୁତ ଖୋଜାଖୋଜୀ କରିବାପରେ ଆଜି ସନ୍ଧ୍ୟାରେ ମୃତଦେହକୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି । ନଦୀକୁ ଡେଇଁଥିବା ଯୁବତୀ ଜଣକ ଶ୍ରୀମନ ଜେନା ବୋଲି ସୂଚନା ମିଳିଛି , ଶ୍ରୀମନଙ୍କ ଘର ଚାନ୍ଦବାଲି ବ୍ଲକ ଓରାସାହି ନେଢୁଆଳି ଗାଁ ହୋଇଥିବା ବେଳେ ସେ ତାଙ୍କ ମାମୁ ଘରେ ରହି ପାଠ ପଢୁଥିବା ସୂଚନା ମିଳିଛି । ତେବେ ଯୁବତୀ ଜଣକ କାହିଁକି ନଦୀକୁ ଡେଇଁଲେ ତାହା ଏ ଯାଏଁ ସୂଚନା ମିଳି ପାରି ନାହିଁ l MPX TV ODIA

Share this…
Share on Facebook

Facebook