ହନୁମାନ ଜୟନ୍ତୀ ଅବସରରେ ରାଇଘର ରେ ବିଶାଳ ଶୋଭା ଯାତ୍ରା ଅନୁଷ୍ଠିତ।

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ରେ ବହୁ ଆଡମ୍ବର ସହ ପାଳନ ହେଲା ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ। ଆଜି ହେଉଛି ପଣାସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଏହି ଅବସରରେ ସତ୍ୟ ସାଇ ସଂଗଠନ ପକ୍ଷରୁ ସକାଳେ ହନୁମାନ ମନ୍ଦିର ପ୍ରାଙ୍ଗଣ ରେ ପଣା ବଣ୍ଟନ ର କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଯୁବକ ସଂଘ ପକ୍ଷରୁ ପ୍ରସାଦ ର ଆୟୋଜନ କରାଯାଇଥିଲା। ହନୁମାନ ଜୟନ୍ତୀ ଅବସରରେ ବସଷ୍ଟାଣ୍ଡ ସ୍ଥିତ ମନ୍ଦିରରେ ଜନସମାଗମ ଦେଖିବାକୁ ମିଳିଥିଲା। ପ୍ରଭୁ ଙ୍କ ଜନ୍ମଜୟନ୍ତୀ କୁ ବହୁ ଆଡମ୍ବର ର ସହ ପାଳନ କଲେ ଯୁବ ଗୋଷ୍ଟି।

ରାଇଘର ଜଗନ୍ନାଥ ମନ୍ଦିରରୁ ଏକ ବିଶାଳ ଶୋଭଯାତ୍ରା ବାହାରିଥିଲା। ଡିଜେ , ବାଣ ,ବାଜା ସହ ଜୟ ଶ୍ରୀରାମ ଧ୍ଵନୀ ରେ ପ୍ରକମ୍ପିତ ହେଲା ରାଇଘର ଅଞ୍ଚଳ। ପ୍ରାୟ ୧୦୦୦ ରାମ ଭକ୍ତ ଏହି ଶୋଭାଯାତ୍ରା ସାମିଲ ହୋଇଥିଲେ। ଏହି ଶୋଭାଯାତ୍ରା ଜଗନ୍ନାଥ ମନ୍ଦିରରୁ ବାହାରି ହନୁମାନ ମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରା ହୋଇଥିବା ବେଳେ ହନୁମାନ ମନ୍ଦିର ରୁ ବାଇକ୍ ରେଲି କରି ନଗର ପରିକ୍ରମା କରାଯାଇଥିଲା। ସନ୍ଧ୍ୟା ସମୟରେ ହନୁମାନ ମନ୍ଦିର କମିଟି ପକ୍ଷରୁ ପଣା ବଣ୍ଟନ କରାଯାଇଥିଲା।Place-raighar
Reporter-satya prakash nayak

Share this…
Share on Facebook

Facebook