ବଜ୍ରାଘାତରେ ଜଣେ ମୃତ, ଦୁଇ ଗୁରୁତର।

ଗଞ୍ଜାମ ସୋରଡା ଥାନା ସଂପଦା ଗାଁ ନିକଟରେ ବଜ୍ରାଘାତରେ ଜଣେ ମୃତ ଦୁଇ ଗୁରୁତର।ମୃତକ ଜଣକ ହେଲେ ସିଙ୍ଗିପୁରୁ ଗ୍ରାମର ଶିବ ରଞ୍ଜନ ସେଠି।ଜଣେ ଗୁରୁତର ଗୋଛା ଗ୍ରାମର ସଞ୍ଜୟ ବେହେରା ଓ ଅନ୍ୟଜଣେ କୋଟିବାଡି଼ ଗ୍ରାମର କ୍ଷେତ୍ର ନାୟକ।ସୂଚନା ମୁତାବକ ଆଜି ଅପରାହ୍ନ 3 ଘଣ୍ଟ ସମୟରେ ବର୍ଷା ପବନ ଆସିବାରୁ ରାସ୍ତାରେ ଯାଉଥିବା ଦୁଇ ବାଇକ ଅରୋହି ଗଛ ମୂଳେ ଅଟକି ଯାଇଥିଲେ ।

ଠିକ ସେହି ସମୟେରେ ବଜ୍ରାଘାତ ଘଟିବାରୁ ଜଣକର ଘଟଣା ସ୍ଥଳରେ ମୃତୁ ହୋଇଥିବା ବେଳେ ଆଉ ଦୁଇ ଜଣ ଆହତ ହୋଇଥିଲେ । ରାସ୍ତାରେ ଯାଉଥିବା ଲୋକେ ଅଗ୍ନିସମ ବାହିନୀ ଖବର ଦେବା ପରେ ଅଗ୍ନିସମ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ମୃତୁକ ଓ ଗୁରୁତର ଙ୍କୁ ଉଦ୍ଧାର କରି ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଲେ ।ସେଠାରେ ଡାକ୍ତର ଜଣଙ୍କୁ ମୃତୁ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଚିକିତ୍ସା ଚାଲିଛି ।MPX TV ODISHA

Share this…
Share on Facebook

Facebook