ଭୋଟ ନଦେବାରୁ ଘରେ ପଶି ପିଟିଲା;ଫାଟିଲା ମୁଣ୍ଡ, ବୋହିଲା ରକ୍ତ

କବିସୂର୍ଯ୍ୟନଗର : ପଞ୍ଚାୟତ ନିର୍ବାଚନ କୁ କେନ୍ଦ୍ରକରି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବାଣନଇ ଖରିଡା ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ l ଅନିତା ନାହାକ ନାମକ ଜଣେ ମହିଳା ଆହାତ l ମେଡିକାଲ ରେ ଭର୍ତି l ଉଭୟ ଗୋଷ୍ଠୀ କବିସୂର୍ଯ୍ୟନଗର ଥାନା ର ଦ୍ୱାରସ୍ତ l ଗତ ପଞ୍ଚାୟତ ନିର୍ବାଚନ ରେ ବିପକ୍ଷ ଗୋଷ୍ଠୀ କୁ ଭୋଟ ନଦେବାରୁ ରାଗରଖି ଆଜି ସକାଳ ସମୟରେ ଗ୍ରାମର ଗୋଟିଏ ପରିବାର ଉପରେ ସଙ୍ଗବଧ ଆକ୍ରମଣ କରିଥିଲେ l

ଫଳରେ ଗୋଟିଏ ପରିବାର ର ଜଣେ ମହିଳା ଆହତ ହୋଇଥିବା ବେଳେ ଚିତ୍ର ,କୃଷ୍ଣ, ମନୋଜ ଓ ରବି ନାମକ ଯୁବକ ସେମାନଙ୍କ ଉପରେ ଠେଙ୍ଗା ସାହାଯ୍ୟରେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଆହତ ମହିଳା l ସେପଟେ ଦୁଇଗୋଷ୍ଠୀ ମଧ୍ୟରେ ଚାଲିଥିବା ସଂଘର୍ଷ ବେଳେ ଘଟଣା ସ୍ଥଳ ରଣଭୂମି ପାଲଟିଥିଲା l ଯାହାର ଭିଡ଼ିଓ ଭାଇରଲ ହେବାରେ ଲାଗିଛି l ଅନ୍ୟପଟେ ଦୁଇଗୋଷ୍ଠୀ ଥାନାର ଦ୍ୱାରସ୍ତ ହୋଇଥିବା ବେଳେ ଆହତ ମହିଳା ନ୍ୟାୟ ଦାବିକରିଛନ୍ତି l MPX TV ODIA

Share this…
Share on Facebook

Facebook