ପରଜଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ମନ୍ତ୍ର ବାଣ

ପରଜଙ୍ଗ- ମାନ୍ୟବର କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମହା ବିଷୁବ ସଂକ୍ରାନ୍ତି ,ହନୁମାନ ଜୟନ୍ତୀ ତଥା ବାବା ସାହେବ ଆମ୍ବେଦକରଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ଅବସର ରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ ଦେଇଛନ୍ତି । ଆଜି ସରାଙ୍ଗ ଠାରୁ ଏକ ବାଇକ ରାଲିରେ ଆସି ଜହ୍ନାପଡା ଗାଁରେ ଥିବା ସ୍ୱାଧୀନତା ସଂଗ୍ରାମୀ ଶହୀଦ ବୀର ବେନୁ ସ୍ମୃତି ପୀଠରେ ପୁଷ୍ପମାଲ୍ୟ ଦେବା ସହ । ହନୁମାନ ଜୟନ୍ତୀ ପାଳନ କାର୍ଯ୍ୟକ୍ରମରେ ଯୋଗଦାନ କରିବା ପୂର୍ବକ କନ୍ଦରସିଂହା ଗାଁ ଭାଲୁମୁଣ୍ଡା ଠାରେ ଥିବା ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ସୃତି ପୀଠ ଏବଂ ପରଜଙ୍ଗ ମାର୍କେଟରେ ଥିବା ବୀର ନେତା ମହେଶ୍ଚନ୍ଦ୍ର ସୁବାହୁସିଂଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ପରେ ପରଜଙ୍ଗ ର ଏକ ଆମ୍ବତୋଟାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ନିର୍ବାଚିତ ଓ ସମର୍ଥିତ ସମସ୍ତ ସରପଞ୍ଚ, ସମିତି ସଭ୍ୟ ,ବ୍ଲକ ଅଧକ୍ଷଙ୍କୁ ସମ୍ବର୍ଦ୍ଧନା ଦେବା ସହ ଆଗାମୀ ଦିନରେ ଦଳକୁ ମଜବୁତ କରିବା ପାଇଁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । ପରଜଙ୍ଗ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡ଼ି ଓ କଂଗ୍ରେସ କର୍ମୀ ଦଳ ଛାଡି ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଥିଲେ । ଶେଷରେ ଜହ୍ନାପଡ଼ା ଗାଁରେ ଥିବା ଏକ ଦଳିତ ବସ୍ତିକୁ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ ଖାଇଥିଲେ । ଯାହାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ଦଳିତ ପରିବାରର ସଦସ୍ୟ ଶରତ ନାଏକ ଏବଂ ତାଙ୍କ ପରିବାର ଲୋକେ । ଧର୍ମେନ୍ଦ୍ରଙ୍କ ଏହି ଗ୍ରସ୍ତ ଆଗାମୀ ଦିନରେ ସଙ୍ଗଠନକୁ ମଜବୁତ କରିପାରେ ବୁଲି ସାଧାରଣରେ ଆଲୋଚିତ ହେଓଛି। ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ନରେଶ ମହାପାତ୍ର,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୂତି ପ୍ରଧାନଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗଦାନ ଦେଇ ଥିଲେ ।Reporter-ପ୍ରଶାନ୍ତ କୁମାର ସାହୁMPX TV

Share this…
Share on Facebook

Facebook