ପାଣ୍ଡରା ମେଳାରେ ୨୦”୦୦୦ ଲୋକ ସମାଗମ

ମୟୁରଭଞ୍ଜ-ମହାଭାରତୀୟ ଯୁଗର କିମ୍ବଦନ୍ତୀ ପୂର୍ଣ୍ଣ ପାଣ୍ଡରା ଗ୍ରାମର ପାଣ୍ଡବେଶ୍ୱର ମହାଦେବଙ୍କ ଚେତ୍ର ପର୍ବ ପ୍ରତି ବର୍ଷ ଅନୁଷ୍ଠିତ ହୋଇ ଆସୁଥିଲା ବେଳେ କୋଭିଡ କଟକଣାରୁ ସବୁକିଛି ବିଧିରକ୍ଷା ହୋଇ ଠାକୁରଙ୍କ ରୀତିନୀତି ରେ ସୀମିତ ଥିଲା । ମାତ୍ର କେଭିଡ କଟକଣା ଉଠିବା ପରେ ଏବର୍ଷ ପର୍ବରେ ପ୍ରବଳ ଜନ ସମାଗମ ଦେଖି ବାକୁ ମିଳିଛି । ଗତ ମଙ୍ଗଳବାରୁ ଠାରୁ ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପର୍ବରେ ବୁଧବାର ପ୍ରାୟ କୋଡିଏ ହଜାରରୁ
ଉର୍ଦ୍ଧ ଜନସମାଗମ ଦେଖିବାକୁ ମିଳିଥିଲା । ସୂବର୍ଣ୍ଣରେଖା ଉପତ୍ୟକାରେ ଥିବା ଏହି ମହାଦେବ ପଥର ଲିଙ୍ଗ ରୂପରେ ମହାଭରତୀୟ ଯୁଗରେ ପଞ୍ଚ ପାଣ୍ଡବ ମାତା କୁନ୍ତୀଙ୍କ ସହିତ ଅଜ୍ଞାତବାସରେ ଅବସ୍ଥାନ କାଳରେ ଆବିର୍ଭୂତ ହୋଇଥିବା କିମ୍ବଦନ୍ତୀରୁ ଜଣାପଡେ । ତେବେ ପ୍ରତିବର୍ଷ ମହାଦେବଙ୍କ ପ୍ରୀତ ଲାଗି ଅନୁଷ୍ଠିତ ହୋଇ ଆସୁଥିବା ଏହି ପର୍ବରେ ଜିଭ ପୋଡ ଗରିଆ ଭାର ଦର୍ଶନ, ନିଆଁ ପାଟ,କଣ୍ଟାପାଟଇତ୍ୟାଦି ନିତିକାନ୍ତି ଦେଖିବାକୁ ବହୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁଙ୍କ ସମାଗମର ସୁଅ ଛୁଟେ । ବୁଧବାର ଜିଭ ପୋଡରେ ପଚାଶରୁ ଉଦ୍ଧଭକ୍ତ ସାମିଲ ହୋଇ ନଦି ପଠାରେ ସ୍ନାନପରେ ମହାଦେବଙ୍କୁ ପ୍ରାତ କରିବାକୁ ସମର୍ପିତ ଭାବେ ଜିଭ ପୋଡରେ ସାମିଲ ହେବା ଦେଖୁବାକୁ
ମିଳିଥିଲା । ତେବେ ବେଢାପାଳ ଗାଁର ମୋଚିରାମ ଦିର୍ଘ ବର୍ଷ ହେବ ଜିଭ ପୋଡାରେ ସାମିଲ ହୋଇ ସର୍ବାଧିକ ୧୦୮ କଣ୍ଟା ଫୋଡିଥିଲେ । ଗ୍ରାମର ବରିଷ୍ଠ ଫୋଡକ ଅରୁଣ କୁମାର ଭଦ୍ର ସମସ୍ତ କଣ୍ଟା ଫୋଡିଥିଲେ । ବୁଧବାର ରାତ୍ରିରେ ଗରିଆ
ଭାର ନୀତି ଅନୁଷ୍ଠିତ ହେବାକୁ ଥିବା ବେଳେ ନିଆଁ ପାଟ ଓ କଣ୍ଟା ପାଟ ଅନୁଷ୍ଠିତ ହେବାର ସ୍ଥିରିକୃତ ହେବା ଜଣାପଡିଛି । ଅନ୍ୟପକ୍ଷରେ ମହାଦେବଙ୍କ ଛଉନୃତ୍ୟରେ ବିଶେଷ ରୁଚି ରଖୁଥିବା ବିଶ୍ବାସ ଥିବା ଗତ ମଙ୍ଗଳବାର ଓ ବୁଧବାର ରାତିରେ ପରମ୍ପରା ମୁତାବକ ଗାଁର ଓ ବାହରୁ ନିମନ୍ତ୍ରିତ ହୋଇ ଆସିଥିବା ଦଳଙ୍କ ଦ୍ବାରା ଛଉ ନୃତ୍ୟ ପରିବେଷିତ ହୋଇଯାଇଛି।
ମୟୁରଭଞ୍ଜ ଜିଲ୍ଲାରୁ ତପନ କୁମାର ଦଣ୍ଡପାଟ MPX TV

Share this…
Share on Facebook

Facebook