ମାହାଙ୍ଗା ବ୍ଲକ କୁସୁପୁର ୫ଜଣ ହତ୍ୟା ଘଟଣା ରେ ସିବିଆଇ ତଦନ୍ତ ପାଇଁ ଦାବି ।

ମାହାଙ୍ଗା ବ୍ଲକ କୁସୁପୁର ଅଞ୍ଚଳରେ ଘଟିଯାଇଥିବା ହତ୍ୟା ଘଟଣା ସମଗ୍ର ନିର୍ବାଚନ ମଣ୍ଡଳୀ ଅଞ୍ଚଳ ନୁହେଁ ବରଂ ସାରା ଓଡ଼ିଶାରେ ଆଲୋଚନା ର ବିଷୟ ପାଲଟିଛି । ଏହି ଘଟଣା ପରେ ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହି ଘଟଣାରେ କେବଳ ଜଣେ ଲୋକ ସମ୍ପୃକ୍ତ ନାହିଁ ବରଂ ଏକାଧିକ ଲୋକ ଏହି ଘଟଣା ରେ ସମ୍ପୃକ୍ତ ଅଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି । ଯାହାର ସିବିଆଇ ତଦନ୍ତ ପାଇଁ ମୃତକଙ୍କ ସମ୍ପର୍କୀୟ ଙ୍କ ସମେତ ସମସ୍ତ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଲୋକ ଦାବି କରିଛନ୍ତି । କୁସୁପୁର ପଞ୍ଚାୟତ ଅଲେଖ ସାହୁ ପରିବାର ପାଞ୍ଚଜଣଙ୍କ ହତ୍ୟା ଘଟଣା।

ଏହି ଘଟଣା ପରେ ମାହାଙ୍ଗା ପୋଲିସ ତରଫରୁ ଘର କୁ ସିଲ କରାଯାଇଥିବା ବେଳେ ଏକ ନୋଟିସ ଜାରି କରାଯାଇଛି । ପୋଲିସ ତରଫରୁ ଅଭିଯୁକ୍ତ ଙ୍କୁ ନେଇ ଘଟଣାର ସିନ କ୍ରିଏସନ କରାଯିବ ବୋଲି ଜଣାଯାଇଛି । ମାହାଙ୍ଗା ପୋଲିସ ହତ୍ୟା କରିଥିବା ଅଭିଯୁକ୍ତ ପତ୍ନୀ କୁ ପଚରା ଉଚରା କରିଥିବା ବେଳେ ସ୍ଥାନୀୟ ଲୋକ ଓ ସମ୍ପର୍କୀୟମାନେ ଏହି ହତ୍ୟା ଘଟଣା କୁ ସହଜରେ ଗ୍ରହଣ କରିପାରିନାହାନ୍ତି । ଏହି ହତ୍ୟା ଜଣ କର କାମ ନୁହେଁ ଏଥିରେ ଏକା ଧିକ ଲୋକଙ୍କ ର ସମ୍ପୃକ୍ତି ନେଇ ଗ୍ରାମବାସୀ ଓ ସମ୍ପର୍କୀୟମାନେ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି । ଅପରପକ୍ଷରେ ମାହାଙ୍ଗା କୁସୁପୁର ଗାଁର ଗୋଟିଏ ପରିବାରର 5ଜଣଙ୍କୁ ହତ୍ୟା ଘଟଣା ରେ ମାନ୍ୟବର ଜେ ଏମ ଏଫ ସି କୋର୍ଟରେ ପୋଲିସ ପକ୍ଷରୁ ଅଭିଯୁକ୍ତକୁ ହାଜର କରାଯାଇଛି । ମାହାଙ୍ଗା ପୋଲିସ ଅଭିଯୁକ୍ତ ଶିବ ପ୍ରସାଦ ସାହୁ କୁ 5 ଦିନର ରିମାଣ୍ଡ ଆବେଦନ କରିଥିଲା । ମାନ୍ୟବର ଜେଏମଏଫସି କୋର୍ଟ ପକ୍ଷରୁ 3 ଦିନ ରିମାଣ୍ଡ ପାଇଁ ଅନୁମତି ଦିଆଯାଇଛି । ଅଭିଯୁକ୍ତ ଶିବପ୍ରସାଦ ସାହୁ କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।MPX TV

Share this…
Share on Facebook

Facebook