ତାଲା ପକାଇ ନିଆଁ ଲଗାଇଲେ ଦୁର୍ବୁତ୍ତ

ଭଦ୍ରକ ଜିଲ୍ଲା ଗବସାହି ଅଞ୍ଚଳର ସୁଦର୍ଶନ ଦାସଙ୍କ ସମେତ ତାଙ୍କ ପରିବାରର ୭ ସଦସ୍ୟ ଗତରାତିରେ ଘରେ ଶୋଇଥିଲେ । ହଠାତ୍‌ ରାତିରେ ନିଦ ଭାଙ୍ଗିବାରୁ ଘର ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ପାଇଲେ। ନିଆଁ ଦାଉରୁ ରକ୍ଷା ପାଇବା ପାଇଁ କବାଟ ଖୋଲିବାକୁ ଚେଷ୍ଟା କଲା ବେଳକୁ ତାହା ବାହାରୁ ବନ୍ଦ ଥିବା ଜାଣିବାକୁ ପାଇଲେ।

ଏହାପରେ ଜୀବନ ବିକଳରେ ଝରକା ତାଡ଼ି ଘରର ସମସ୍ତ ସଦସ୍ୟ ବାହାରକୁ ଆସିଥିଲେ। କିନ୍ତୁ ଅଗ୍ନିକାଣ୍ଡରେ ଘରେ ଗଚ୍ଛିତ ଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଓ ଆସବାବପତ୍ର ଜଳି ପୋଡି ଛାରଖାର ହୋଇଯାଇଛି।

ପୂର୍ବ ଶତ୍ରୁତାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ସୁଦର୍ଶନଙ୍କ ପରିବାର ଲୋକ। ଏନେଇ ଭଦ୍ରକ ସହରାଞ୍ଚଳ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Share this…
Share on Facebook

Facebook