ବେପରୁଆ କାର ଧକ୍କାରେ ଶିକ୍ଷକଙ୍କ ଅକାଳ ମୃତ୍ୟୁ

ମୟୁରଭଞ୍ଜ-କାର ଧକ୍କାରେ ଶିକ୍ଷକଙ୍କ ଶୋଚନୀୟ ମୃତ୍ୟୁ। ଏପରି ଏକ ଅଭାବନୀୟ ଘଟଣା ଘଟିଛି  ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଅସନା ଛକ ନିକଟ ୪୯ ନଂ ଜାତୀୟ ରାଜପଥରେ। ସୂଚନା ଅନୁଯାୟୀ ଦିନ ପାଖାପାଖି ୨.୩୦ ସମୟରେ ଶିକ୍ଷକ ଜଣକ ଅସନା ଛକରେ ତାଙ୍କ ଝିଅକୁ ବସରେ ବସାଇ  ଜାତୀୟ ରାଜପଥ ଆସୁଥିବା ବେଳେ ଦ୍ରୁତ ଗତିରେ ଯଶିପୁର ପଟକୁ ଯାଉଥିବା ଏକ ଇଣ୍ଡିକା କାର ତାଙ୍କୁ ଧକ୍କା ଦେଇ ଖସି ପଳାଇ ଯାଇଥିଲା।ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ମଣଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ଖବର ପାଇ ବିଶୋଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶିକ୍ଷକଙ୍କ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇ ତଦନ୍ତ ଚଳାଇଛି। ମୃତ ଶିକ୍ଷକ ଜଣକ କଇଲିସୁତା ଗ୍ରାମର ପୁର୍ଣ୍ଣ ଚନ୍ଦ୍ର ବେହେରା ବୋଲି ଜଣାପଡିଛି। ସେପଟେ ଇଣ୍ଡିକା କାରଟିକୁ ଯଶିପୁର ଠାରେ ପୋଲିସ ଜବତ କରିଥିବା ଓ କାର ଚାଳକକୁ ଅଟକ ରଖିଥିବାର ସୂଚନା ରହିଛି।
ମୟୁରଭଞ୍ଜ ରୁ ତପନ କୁମାର ଦଣ୍ଡପାଟ mpx tv

Share this…
Share on Facebook

Facebook