ଫାର୍ମାସିଷ୍ଟ ଛାତ୍ରଙ୍କ ମୃତ ଦେହ ଉଦ୍ଧାର

ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଧିନସ୍ଥ ପୋଷ୍ଟ ଅଫିସ ପଛ ପାଖରେ ରହୁଥିବା ଏକ ଆଵଧ୍ୟ କୋଠରୀରେ ଗାମୁଛା ଲଗେଇ ଝୁଲୁଥିବା ବେଳେ ହତ୍ୟା ନାଁ ଆତ୍ମହତ୍ୟା ସନ୍ଦେହ ଘେରରେ । ତେବେ ଏହାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଘଟଣା ଟି କେଉଁ କାରଣରୁ ଘଟିଛି ତାହା ସନ୍ଦେହ ସୃଷ୍ଟି କରିଛି । ସୂଚନା ମୁତାବକ ଝାରପୋଖରିଆ ଥାନା ଅନ୍ତର୍ଗତ ସୀମାନ୍ତ ଫାର୍ମାସିଷ୍ଟ କଲେଜର ଡି ଫାର୍ମ ଛାତ୍ରଙ୍କର ଝୁଲନ୍ନା ମୃତ ଦେହ ଉଦ୍ଧାର । ସେ ସୀମାନ୍ତ ଫାର୍ମାସିଷ୍ଟ କଲେଜର ଶେଷ ବର୍ଷର ଛାତ୍ର ଥିଲେ। ତାଙ୍କ ଘର ବିଶୋଇ ଥାନା ଅନ୍ତର୍ଗତ ନଙ୍ଗଳ ବେଟା ପୋଖରିଆ ଗ୍ରାମର ଋଷି ମହାନ୍ତଙ୍କ ପୁଅ ବିଶ୍ୱଭୂଷଣ ହରିଚନ୍ଦନ ମହାନ୍ତ ବୋଲି ସୂଚନା ମିଳିଛି ।

ଝାରପୋଖରିଆ ପୋଷ୍ଟାଲ ଗୋଳିରେ ଏକ ଉଡା ଘରେ ରହି ପାଠ ପଢୁଥିଲେ ।ତେବେ ଆଜି ସକାଳେ ତାଙ୍କର ଭଡାରେ ରହୁଥିବା ସ୍ଥାନକୁ ଯାଇ ସହପାଠୀ ମାନେ ଡାକି ଥିଲେ ହେଲେ ନ ଶୁଣିବାରୁ ପଛଝରକା ପଟେଦେଖିଲେ ସିଲିଙ୍ଗ ଫେନରେ ଝୁଲୁଛନ୍ତି ।ସଂଗେ ସଂଗେ ଝାରପୋଖରିଆ ଥାନାକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଥାନା ଅଧିକାରୀ ମୁକ୍ତି କାନ୍ତ କୁଲୁ,SDPO କେ କେ ହରିପ୍ରସାଦ ଓ ସାଇଣ୍ଟିଫିକ ଟିମ୍ ପହଂଚି ଝାରପୋଖରିଆ ଥାନା କେଶ ନଂ 08/2022 ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏହା କେଉଁ କାରଣରୁ ଘଟିଛି ତାହା ସ୍ପଷ୍ଟ ଜଣା ପୋଡି ନାହିଁ ।

ମୟୁରଭଞ୍ଜ ଜିଲ୍ଲାରୁ ତପନ କୁମାର ଦଣ୍ଡପାଟ

Share this…
Share on Facebook

Facebook