ବୁଧୁବାର ନୀଳଗିରି ବନ୍ଦ ଚେତାବନୀ କଲା କ୍ରିୟା ଅନୁଷ୍ଠାନ କମିଟି।

ବାଲେଶ୍ବର,ନୀଳଗିରି ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ନୀଳଗିରି ପୋଲିସ ମିଛ ମାମଲାରେ ଫସେଇ ଗୋଡ଼ରେ ସିକୁଳି ପକାଇବା ଘଟଣାରେ ଆଜି ନୀଳଗିରି ଏନଏସି କଲ୍ୟାଣ ମଣ୍ଡପ ଠାରେ ଏକ ସର୍ବ ଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ,ନୀଳଗିରି ବିଧାୟକ ସୁକାନ୍ତ ନାୟକ ଙ୍କ ସମେତ ବିଭିନ୍ନ ଦଳର ସମସ୍ତ ପୂର୍ବତନ ବିଧାୟକ, ଦୁଇ ଓକିଲ ସଂଘ, ସମସ୍ତ ରାଜନୈତିକ ଓ ଅଣ ରାଜନୈତିକ ଦଳର କାର୍ଯ୍ୟକତା , ସାମାଜିକ ସଂଗଠନ, ବଣିକ ସଂଗଠନର ନେତୃବୃନ୍ଦ ଓ ସମସ୍ତ ସାମ୍ୱାଦିକ ବୃନ୍ଦ ଉପସ୍ଥିତ ରହି ଆଲୋଚନା ହୋଇଛି।

ପରେ ଏକ କ୍ରିୟାଅନୁଷ୍ଠାନ କମିଟି ଗଠନ କରାଯାଇ ଜିଲ୍ଲା ପ୍ରଶାସନକୁ ଆସନ୍ତାକାଲି ଏକ ଦାବିପତ୍ର ଦିଆଯିବା କାର୍ଯ୍ୟକ୍ରମ ରଖାଯିବା ସହ ତୁରନ୍ତ ସାମ୍ବାଦିକ ଲୋକାନାଥ ଙ୍କୁ ନିର୍ଦେଶରେ ଖୋଲାସ ସହ ମିଥ୍ୟ ମାମଲା ଓ ବେଡି ପକା ଘଟଣାରେ ଥାନା ଅଧିକାରିଣୀ ଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯିବା ଦାବି ରହିଛି।ଯଦି ଦୁଇଦିନ ଭିତରେ ଦାବି ପୂରଣ ନକରାଯାଏ ତାହାଲେ ଆସନ୍ତା ବୁଧୁବାର ଦିନ ନିଲଗିରି ବନ୍ଦ ର ଚେତାବନୀ ଦେଲା କମିଟି।Report, ସରତ ନାୟକ

Share this…
Share on Facebook

Facebook