ମୋବାଇଲ ହଜିବାକୁ କେନ୍ଦ୍ର କରି ଦୁଇ ସାଙ୍ଗ ପିଟାପିଟି;ଜଣେ ମୃତ

ରାଇଘର: ମୋବାଇଲ ହଜିବା ଘଟଣା କୁ କେନ୍ଦ୍ର କରି ଦୁଇ ଘନିଷ୍ଟ ସାଙ୍ଗ ଙ୍କ ମଧ୍ୟ ରେ ବଚସା ପରେ ଗଣ୍ଡଗୋଳ, ଏବଂ ଜଣେ ଅନ୍ୟଜଣେ ସାଙ୍ଗ କୁ ପଥର ରେ ଛେଚି ହତ୍ୟା କଲା ।ଏହି ଅଭାବନୀୟ ଘଟଣା ଟି ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ପାରୁଆ ପଞ୍ଚାୟତ ଅଧିନସ୍ଥ ଛତାବେଡା ଆଦିବାସୀ ଗ୍ରାମରେ । ଘଟଣା କ୍ରମ ରେ ଗତ ୭ ତାରିଖ ଦିନ ସନ୍ଧ୍ୟା ସମୟ ରେ ଏହି ଦୁଇ ସାଙ୍ଗ ଘନଶ୍ୟାମ ମାଝୀ ଓ ସୁକଲାଲ ରାଉତ ମଦ୍ୟପାନ କରି ଦୁହିଁଙ୍କ ମଧ୍ୟରେ ମୋବାଇଲ ହଜିଥିବା ଘଟଣା କୁ ନେଇ ଯୁକ୍ତିତର୍କ ପରେ ଗଣ୍ଡଗୋଳ ସୃଷ୍ଟି ପରେ ଘନଶ୍ୟାମ ମାଝୀ ସୁକଲାଲ ରାଉତ ଙ୍କ ମୁଣ୍ଡ ରେ ପଥର ଛେଚି ଦେଇଥିଲେ । ସେ ତାଙ୍କ ଝିଅ ଘରେ ରହିଥିଲା ।କଲି ସନ୍ଧ୍ୟ ରେ ସୁକଲାଲ ର ମୃତ୍ୟୁ ଘଟିଥିଲା । ଗତ କାଲି ରାତି ସମୟ ରେ ସୁକଲାଲ ଙ୍କ ପରିବାର ପକ୍ଷୁ ରୁ ରାଇଘର ଥାନା ରେ ଏତଲା ଦିଆ ଯାଇଥିଲା । ଆଜି ସକାଳୁ ଦେଇଥିଲେ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା
ପାରୁଆ ପଞ୍ଚାୟତର ଛତାବେଡା ଆଦିବାସୀ ଗ୍ରାମର ସୁକୁଲାଲ୍ ରାଉତଓ ଘନଶ୍ୟାମ ମାଝୀ ଦୁହେଁ ଗତ ଶୁକ୍ରବାର ଦିନ ମିଶି ମଦ୍ୟପାନ କରିଥିବା ବେଳେ ମୋବାଇଲ ଫୋନକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା l ଆଦିବାସୀ ଛତାବେଡା ଗ୍ରାମର ମଧ୍ୟ ସ୍ଥଳରେ ଥିବା ହାଟପଦା ନିକଟରେ ଦୁହିଁଙ୍କ ମଧ୍ୟରେ ଜୋରଦାର ଗଣ୍ଡଗୋଳ ମଧ୍ୟ ସୃଷ୍ଟି ହୋଇଥିଲା l ଏଥିରେ ସୁକୁଲାଲ୍ ରାଉତ କୁ ଅତ୍ୟଧିକ ମାତ୍ରାରେ ମାଡ ବାଜି ଥିବା ବେଳେ ସୁକୁଲାଲ୍ ଚିକିତ୍ସା ନ କରି ଘରେ ରହି ଯାଇଥିଲେ l ଘଟଣାର ଦିନକ ପରେ ଅର୍ଥାତ ଶନିବାର ଦିନ ଖବର ପାଇ ରାଇଘର ଥାନା ଅଧିକାରୀ ଟଙ୍କ ଗିରି ଭୋଇ ସହ ଏକ ଟିମ୍ ରବିବାର ସକାଳେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ କିଭଳି ମାଡ ହେଲା, ଘନଶ୍ୟାମ କାହା ଦ୍ୱାରା ମାଡ ମାରି ଥିଲା ସମସ୍ତ ତଥ୍ୟ ସଂଗ୍ରହ ନିମନ୍ତେ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି l ଅନ୍ୟପଟେ କାଣ୍ଡ ଘଟାଇଥିବା ଘନଶ୍ୟାମକୁ ପୋଲିସ୍ ଗିରଫ କରିଥିବା ଜଣାପଡିଛି lReporter_ ସତ୍ୟ ପ୍ରକାଶ ନାୟକ
Place_ ରାଇଘର।

Share this…
Share on Facebook

Facebook