ରାମନବମୀରେ ରାମମୟ ଭଦ୍ରକ ସହର

ଭଦ୍ରକ- ପବିତ୍ର ଶ୍ରୀ ରାମ ନବମୀ ପାଇଁ ଉତ୍ସବ ମୁଖରିତ ତମାମ ଭଦ୍ରକ ସହର. ଐତିହାସିକ ଗାନ୍ଧୀ ପଡିଆ ଠାରେ ଚାଲିଛି ଶ୍ରୀ ରାମ ମହା ଯଂଜ୍ଞ. ଦିନ 4 ଟା ରେ ବାହାରିବ ନଗର ସଂକୀର୍ତନ ଶୋଭାଯାତ୍ରା|ଗତକାଲିଠୁ ଶ୍ରୀରାମଙ୍କ ତୋରଣ ଜାଗା ଜାଗାରେ ସୁ ସଜ୍ଜିତ ହୋଇ ଲୋକଙ୍କ ମନମୋହୁଛି |ଗାନ୍ଧୀ ପଡିଆଠାରେ ଚାଲିଥିବା ରାମନବମୀ ଯଜ୍ଞତ୍ସବ ରେ ସହଶ୍ରାଧିକ ଶ୍ରଦ୍ଧାଳୁ ପହଂଚି ରାମକୃପା ଲାଭ କରିଛନ୍ତି |ଆଜି ଅପରାହ୍ନ 4 ଟାରେ ଶତାଧିକ ନଗର ସଂକୀର୍ତନ ଦଳର ଅନେକ ସ୍ଥାନରୁ ମହା ଆଡମ୍ବରରେ ଆସି ଗାନ୍ଧୀ ପଡିଆଠାରେ ଚାଲିଥିବା ମହୋତ୍ସବରେ ସାମିଲ ହେବେ |ଏ ନେଇ ଭଦ୍ରକ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି |

ଭଦ୍ରକ ପୋଲିସ ପ୍ରଶାସନ ପକ୍ଷରୁ 40 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ସହରର ଆଇନ ଶୃଙ୍ଖଳା ପରିସ୍ଥିତି କୁ ଆଖିଆଗରେ ରଖି ବିଭିନ୍ନ ସ୍ଥାନରେ ପୋଲିସ ତରଫରୁ ଅସ୍ଥାୟୀ କ୍ୟାମ୍ପ କରିବା ସହ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସୁରକ୍ଷା ବ୍ୟବସ୍ଥା ଦା୍ୱିତ୍ୱ ଦିଆଯିବା ସହ ନିଜେ ଆରକ୍ଷୀ ଅଧିକ୍ଷକ ପରିସ୍ଥିତି ଉପରେ ନଜର ରଖୁଛନ୍ତି |ଭଦ୍ରକ ରେ ହେଉଥିବା ଐତିହାସିକ ରାମନବମୀ ମହୋତ୍ସବରେ ଭକ୍ତ ମାନେ ଭଗବାନଙ୍କ କୃପା ଲାଭ କରି ବେଶ ଆନନ୍ଦିତ ଅଛନ୍ତି ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି |mpx tv odisha

Share this…
Share on Facebook

Facebook