ଚାନ୍ଦବାଲିରେ ଶ୍ରୀରାମ ନବମୀ ପାଇଁ ରାମଭକ୍ତଙ୍କ ସମାବେଶ

ଭଦ୍ରକର ଐତିହାସିକ ଶ୍ରୀ ରାମ ନବମୀ ମହୋତ୍ସବ ପାଇଁ ଚାନ୍ଦବାଲି ବ୍ଲକରେ ମତୋ , ଘଣ୍ଟେଶ୍ଵର, ଧାମରା , ଆରଡ଼ି ସମେତ ଚାନ୍ଦବାଲିରୁ ଶତାଧିକ ରାମ ଭକ୍ତ ଏକ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ରାମ ମେଢ଼ ନେଇ ଭଦ୍ରକ ଅଭିମୁଖେ ବାରିରିଛି । ଏନେଇ ଚଳ ଚଞ୍ଚଳ ହୋଇ ଉଠିଛି ଚାନ୍ଦବାଲି ସହର । ଭଦ୍ରକ ଜିଲ୍ଲାର ଶ୍ରୀ ରାମ ନବମୀ ଏକ ଗଣ ପର୍ବ ଭାବେ ପାଳନ କରାଯାଇଥିବାରୁ ଭଦ୍ରକ ଜିଲ୍ଲାର କୋଣ ଅନୁକୋଣରୁ ଆଜି ଶ୍ରଦ୍ଧାଳୁ ଭକ୍ତଙ୍କ ସହ ଶ୍ରୀ ରାମଙ୍କ ଭକ୍ତ ମାନେ ଭଦ୍ରକ ଅଭୁମୁଖେ ବାହାରିଛନ୍ତି ।

ଚାନ୍ଦବାଲି ବ୍ଲକ ମତୋରେ ଏବର୍ଷ ପ୍ରଥମ ଥର ଶ୍ରୀ ରାମ ସେନା ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ସହ ଶ୍ରୀ ରାମଙ୍କ ମେଢ଼ ମୌସୁଧା ବଜାର ନିକଟରୁ ଭଦ୍ରକ ଅଭିମୁଖେ ବାହାରିଛି ।ରିପୋର୍ଟ-ଦେବକାନ୍ତ ମହାନ୍ତି, ଚାନ୍ଦବାଲି , ୧୦/୦୪ /୨୦୨୨

Share this…
Share on Facebook

Facebook