ସଡକ ଦୁର୍ଘଟଣା ଜଣେ ମୃତ।

ପରଜଙ୍ଗ- ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଜରଡା ଘାଟିରେ ପିକ୍ଅପ ଭ୍ୟାନ ଓଲଟି ଡ୍ରାଇଭର ମୃତ୍ୟ। ମୃତକ ଡ୍ରାଇଭର ହେଲେ ପରଜଙ୍ଗ ଥାନା ଗଡପଳାଶୁଣି ଗ୍ରାମର କିରଣ ସାହୁ। ସେ ଆଜି ଅପରାହ୍ନ ସମୟରେ ଚୁଡା ବୋଝେଇ କରି କାମାକ୍ଷାନଗରୁ ନିଜ ଗାଁ ଗଡପଳାଶୁଣି ଫେରୁଥିବା ବାଟରେ ଜରଡା ଗାଁ ନିକଟରେ ଘାଟି ଅତିକ୍ରମ କରୁଥିବା ବେଳେ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିଲା। ଫଳରେ ଗାଡିଟି ପ୍ରାୟ ୨୦ ଫୁଟ ତଳକୁ ଖସି ଯାଇଥିଲା। ଗାଡିର ଚାଳକ ଗାଡି ତଳେ ଚାପିହୋଇ ଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ଘଟଣାସ୍ଥଳରେ ମହାବିରୋଡ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇିଁ ପଠାଇବା ସହ ଅଧିକ ତଦନ୍ତ ଚଳାଇଛି।Reporter-ପ୍ରଶାନ୍ତ କୁମାର ସାହୁ

Share this…
Share on Facebook

Facebook